ମାର୍ଚ୍ଚରେ ୪୦ ଡିଗ୍ରୀ ପାର ହେବ ତାପମାତ୍ରା

ଆଜିଠୁ ରାଜ୍ୟରେ ଆହୁରି ବଢ଼ିବ ତାତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ପାରଦ ବୃଦ୍ଧି ପାଇ ମାର୍ଚ୍ଚ ପ୍ରଥମ ସପ୍ତାହରେ କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରୀରେ ପହଞ୍ଚିବ ବୋଲି ଆକଳନ କରିଚି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ବୌଦ୍ଧ ମାଲକାନଗିରିରେ ସର୍ବାଧିକ ୩୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁନେଶ୍ୱରରେ ୩୪.୨ ଓ କଟକରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଓଡ଼ିଶା ଓ ସଲଗ୍ନ ଅଞ୍ଚଳରେ ଗୁରୁଚାପ ସୃଷ୍ଟି ସହ ରାଜ୍ୟକୁ ଦକ୍ଷିଣ ପଟୁ ବଙ୍ଗୋପସାଗରୀୟ ପବନ ଆସିବ। ଏହାର ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିଯିବ।

Share

Leave a Reply

Your email address will not be published. Required fields are marked *

12 − eleven =