ସ୍ତ୍ରୀକୁ ମାରିଲା ସ୍ୱାମୀ

କେନ୍ଦୁଝର: ଗର୍ଭବତୀ ପତ୍ନୀଙ୍କୁ ପିଟିପିଟି ହତ୍ୟାକଲା ସ୍ୱାମୀ ଜ୍ଝ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୁରୁଡିଆମ୍ବ ଗ୍ରାମରେ । ମୃତ ମହିଳା ଜଣକ ହେଲେ ଗ୍ରାମର ମାନା ମୁଣ୍ଡାଙ୍କ ପତ୍ନୀ ଜିରା ମୁଣ୍ଡା। ସୂଚନା ଅନୁସାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଘମାଘୋଟ ଝଗଡା ହୋଇଥିଲା । ଝଗଡା ଏତେ ଉଗ୍ରରୂପ ନେଲା ଯେ ଶେଷରେ ଗର୍ଭବତୀ ଜିରାଙ୍କ ପେଟକୁ ଉତ୍ୟକ୍ତ ସ୍ୱାମୀ ଗୋଇଠା ମାରିଥିଲା। ଠେଙ୍ଗାରେ ପିଟି ପିଟି ମାରିଥିବା ପୋଲିସ ଆଗରେ ମାନିଛି ଅଭିଯୁକ୍ତ ମାନା ।

Share

Leave a Reply

Your email address will not be published. Required fields are marked *

three × five =