ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲା ରେ ଭଉଣୀ ଅଟକ

ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲାରେ କମିଶନରେଟ ପୋଲିସର କେନ୍ଦ୍ରାପଡାରେ ଚଢାଉ । ଈଶ୍ୱରପୁର ଗାଁରେ ଚଢାଉ କରିଛି ପୋଲିସ । ରମେଶର ଭଉଣୀକୁ ଅଟକ ରଖାଯାଇଛି । ଠକାମୀରେ ରମେଶର ଭଉଣୀର ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ । ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା ଚାଲିଛି । ରମେଶ ବାହା ହୋଇ ମହିଳାଙ୍କୁ ଠକିଥିବା ସୁନା ଓ ଟଙ୍କାରେ ଭଉଣୀର ଭାଗ ଥିବା ଅଭିଯୋଗ କରିଥିଲେ ଜଣେ ମହିଳା।
ସେପଟେ ରମେଶର ଆଉ ଏକ କାରନାମା ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶ ରାଜମନ୍ଦ୍ରୀ ଅଞ୍ଚଳର ଜଣେ ନର୍ସରୀ ମାଲିକ ଭେଙ୍କଟ ରମଣଙ୍କ ଠାରୁ ଲୁଟିଛନ୍ତି ୪ଲକ୍ଷ ଟଙ୍କା । ୪ଲକ୍ଷ ଟଙ୍କାର ଚାରା ନେଇ ଗାଏବ ହୋଇଯାଇଥିଲେ ରମେଶ । ଏନେଇ ମହିଳା ଥାନାରେ ଏତଲା ଦେଇଛନ୍ତି ଭେଙ୍କଟ ରମଣ। ସେହିପରି ଜଣେ ଡାକ୍ତର କହିଛନ୍ତି, ଧୂର୍ତ୍ତ ରମେଶ ସ୍ୱାଇଁ ବିଭିନ୍ନ ପ୍ରକାର ମେଡିସନ ପ୍ରେସକ୍ରାଇବ କରିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ । ଏପିରିକି ତାଙ୍କ ଝିଅକୁ ଗଈଈଝରେ ନାମ ଲେଖାଇଦେବେ କହି ୬୦ ହଜାର ଟଙ୍କା ଲୁଟି ନେଇଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି ।
ମିଛୁଆ ଡାକ୍ତର ରମେଶ ସ୍ୱାଇଁଙ୍କୁ ୫ ଦିନ ରିମାଣ୍ଡରେ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ତା ନାଁରେ ଏପର୍ୟ୍ୟନ୍ତ ଭୁବନେଶ୍ୱର କମିଶନରେଟ ପୋଲିସରେ ୧୩ଟି ମାମଲା ରୁଜୁ ହୋଇଛି । ସେଭିତରୁ ୧୧ଟି ଠକେଇ ଓ ୨ଟି ପ୍ରତାରଣା କେସ୍ । ୭ଟି ରାଜ୍ୟରେ ୧୮ଜଣଙ୍କୁ ବିବାହ କରିଛି ଧୂର୍ତ୍ତ ରମେଶ ସ୍ୱାଇଁ ।

Share

Leave a Reply

Your email address will not be published. Required fields are marked *

six − three =