ବରିଷ୍ଠ ସମାଜସେବୀ ଶ୍ରୀନିବାସ ଷଡଙ୍ଗୀଙ୍କ ଦେହାନ୍ତ

ସ୍ବର୍ଗତ ବାଙ୍କନିଧି ଷଡ଼ଙ୍ଗୀଙ୍କ ସୁପୁତ୍ର ଥିଲେ ଶ୍ରୀନିବାସ ଷଡଙ୍ଗୀ ।ଶ୍ରୀଯୁକ୍ତ ସଡଙ୍ଗୀଙ୍କ ସମାଜ ପ୍ରତି କିଛି ନୂତନ କରିବାକୁ ସର୍ବଦା ପ୍ରଚେଷ୍ଟା ଜାରି ରଖିଥିଲେ କିନ୍ତୁ ବଡ଼ ଦୁର୍ଭାଗ୍ୟ ର କଥା ହେଉଛି ପ୍ରାୟ ତାଙ୍କୁ ଯେତେବେଳେ ୪୦ ବର୍ଷ ହୋଇଥିଲା ସେ ସେତେବେଳୁ ପାର୍କୀନସନ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ପଡିଲେ ଓ ସେବେଠାରୁ ସବୁ ଆଶା ସ୍ୱପ୍ନ ପାଲଟିଗଲା ।ସବୁଠାରୁ ବଡ଼ କଥା ହେଉଛି କି ଦୀର୍ଘ ୨୩ବର୍ଷ ପରେ ଅର୍ଥାତ ଗତ ୦୭ ଏପ୍ରିଲ ୨୦୨୩ ରାତ୍ର ୯ ଘଟିକା ୩୫ ମିନିଟ ସମୟରେ ରେ ଶ୍ରୀଯୁକ୍ତ ସଡଙ୍ଗୀ ନିଜର ଶେଷ ନିଶ୍ୱାସ ନିଜ ବାସ ଭବନ ରେ ତ୍ୟାଗ କରିଥିଲେ ।ଶେଷ ନିଶ୍ୱାସ ତ୍ୟାଗ କରିବା ସମୟରେ ଧର୍ମପତ୍ନୀ ସନ୍ଧ୍ୟାରାଣୀ ଷଡଙ୍ଗୀ ଓ ମାଁ ସୁଲୋଚନା ଷଡଙ୍ଗୀ ଉପସ୍ଥିତ ଥିବା ସହ ଘର ପାଖ ପଡୋଶୀ ମଧ୍ୟ ଆସିକି ଉପସ୍ଥିତ ରହି ଏହି ଦୁଖଃଦ ସମୟରେ ପରିବାର କୁ ସହଯୋଗ ର ହାତ ବଢ଼ାଇଥିଲେ । ଶ୍ରୀଯୁକ୍ତ ସଡଙ୍ଗୀଙ୍କ ଏକ ମାତ୍ର ଝିଅ ସ୍ୱାଗତି ଷଡଙ୍ଗୀ ଖୋର୍ଦ୍ଧା ଜିଲ୍ଲାରେ ବିବାହ ହେବା ହେତୁ ସେ ମଧ୍ୟ ଏହି ଦୁଖଃଦ ଖବର ଶୁଣି ଶୁକ୍ରବାର ମଧ୍ୟରାତ୍ର ରେ ନିଜ ସ୍ୱାମୀ ଓ ଝିଅ ସହ ଆସି ପହଂଚିବା ପରେ ସ୍ୱର୍ଗଦ୍ୱାର ରେ ଶେଷକୃତୀୟ ସମ୍ପାଦନ ହୋଇଥିଲା ।

ସ୍ୱର୍ଗଦ୍ୱାର ରେ ଶେଷକୃତୀୟ ସମୟରେ ଶ୍ରୀଯୁକ୍ତ ସଡଙ୍ଗୀଙ୍କ ସାନ ଭାଇ ଶ୍ରୀକାନ୍ତ ଷଡଙ୍ଗୀ ତାଙ୍କ ଧର୍ମପତ୍ନୀ ସହ ପୁଅ ମଧ୍ୟ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

three × 5 =