ରିସ୍କ ନ ନେଲେ ଜୀବନରେ କିଛି କରିପାରିବନି: ଇସ୍ରୋ ଅଧ୍ୟକ୍ଷ

ଭୁବନେଶ୍ୱର() ଭୁବନେଶ୍ୱରରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ ଶିବନ । ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି ଶିବନ । ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ ବେଳେ ମିଶନ ଗଗନାୟନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍ଡ ମିଶନ କରି ଇତିହାସ ରଚିବ ଭାରତ । କେବଳ ସେତିକି ନୁହେଁ ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେବା ଅବସରରେ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବାକୁ ଯାଇ ସେ କହିଛନ୍ତି ଯେ, ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଜୀବନ ଧାରଣର ମାନ ବଢ଼ିପାରିବ । ବୈଷୟିକ ଜ୍ଞାନକୌଶଳ ବୃଦ୍ଧିରେ ଆଇଆଇଟି ପ୍ରମୁଖ ଭୂମିକା ନେଇଛି। ରିସ୍କ ନ ନେଲେ ଜୀବନରେ କିଛି କରିପାରିବନି ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

three × four =