ସୋନି ପକ୍ଷରୁ ୫୦ ଘଂଟା ଦୀର୍ଘସ୍ଥାୟୀ ବ୍ୟାଟେରି ଥିବା ନୂଆ ଓୟାରଲେସ୍ ହେଡ୍‌ଫୋନ୍ ଡବ୍ଲୁଏଚ୍‌-ସିଏଚ୍‌୫୨୦ ଉନ୍ମୋଚିତ

ଭୁବନେଶ୍ୱର: ଉଚ୍ଚ ମାନର ଅଡିଓକୁ ଶୁଣିବା ଲାଗି ପସନ୍ଦ କରୁଥିବା ସଙ୍ଗୀତପ୍ରେମୀମାନଙ୍କୁ ଦୃଷ୍ଟିରେ ରଖି ସୋନି ଇଣ୍ଡିଆ ପକ୍ଷରୁ ନୂଆ ଓୟାରଲେସ୍ ହେଡ୍‌ଫୋନ୍ ଡବ୍ଲୁଏଚ୍‌-ସିଏଚ୍‌୫୨୦କୁ ଉନ୍ମୋଚନ କରାଯାଇଛି । ଏହି ଅନ୍‌-ଇୟର ଓୟାରଲେସ୍ ହେଡ୍‌ଫୋନ୍ ୫୦ ଘଂଟା ପର୍ଯ୍ୟନ୍ତର ଦୀର୍ଘସ୍ଥାୟୀ ବ୍ୟାଟେରି ପ୍ରଦାନ କରିବା ସହ ସାରା ଦିନର ଆବଶ୍ୟକତା ପୂରଣ କରିବା ଲାଗି ଉନ୍ନତ କଲ୍ ପ୍ରଦର୍ଶନ ପ୍ରଦାନ କରୁଛି । ଉଚ୍ଚମାନର ସାଉଣ୍ଡ୍ ସୃଷ୍ଟି କରିବା ଲାଗି ଏଥିରେ ଡିଜିଟାଲ୍ ସାଉଣ୍ଡ୍ ଏନ୍‌ହାନ୍‌ସମେଂଟ୍ ଇଂଜିନ୍ (ଡିଏସ୍‌ଇଇ) ରହିଛି ।
ଏଥିରେ ଥିବା ବ୍ୟାଟେରି ଶୀଘ୍ର ଚାର୍ଜ ହେବ ଓ ନଏଜ୍ କ୍ୟାନ୍‌ସେଲେସନ୍ ମୋଡ୍‌ରେ ୩୫ ଘଂଟା ପର୍ଯ୍ୟନ୍ତ ଏବଂ ବିନା ନଏଜ୍ କ୍ୟାନ୍‌ସେଲେସନ୍‌ରେ ୫୦ ଘଂଟା ଚାଲିବ । ତିନି ମିନିଟ୍ ଚାର୍ଜ କଲେ ତାହା ଏକ ଘଂଟା ପର୍ଯ୍ୟନ୍ତ ଚାଲିପାରିବ । ଏଥିରେ ଏକାଧିକ ସଂଯୋଗ ଲାଗି ବ୍ୟବସ୍ଥା ରହିଛି । ଫଳରେ ଦୁଇ ଡିଭାଇସ୍ ମଧ୍ୟରେ ସୁବିଧାରେ ତାହାର ସଂଯୋଗ ବଦଳାଇହେବ । ସ୍ୱିଫ୍‌୍ଟ ପେୟାର୍ ଓ ଫାଷ୍ଟ୍ ପେୟାର୍ ଭଳି ସୁବିଧା ରହିଛି । ବ୍ୟବହାରକାରୀମାନେ ହେଡ୍‌ଫୋନ୍ କନେକ୍ଟ ଆପ୍ ଜରିଆରେ ନିଜେ କିଭଳି ସାଉଣ୍ଡ୍ ଚାହୁଛନ୍ତି ତାହା ସେଟିଂ କରିପାରିବେ । ସେଥିରେ ବିଭିନ୍ନ ପ୍ରକାର ସେଟିଂ ରହିଛି ।
ୱାଇ-ଫାଇରୁ ଷ୍ଟ୍ରିମ୍ କରି ହେଉ କିମ୍ବା ଡାଉନ୍‌ଲୋଡ୍ ହୋଇଥିବା ଗୀତକୁ ଡିଏସ୍‌ଇି ଅଲ୍‌ଟିମେଟ୍ ମାଧ୍ୟମରେ ଏହି ଓୟାରଲେସ୍ ହେଡ୍‌ଫୋନ୍‌ରେ ଶୁଣି ଉଚ୍ଚ ମାନର ସଙ୍ଗୀତକୁ ଉପଭୋଗ କରିହେବ । ଏହାକୁ ଏଭଳି ଭାବେ ଡିଜାଇନ୍ କରାଯାଇଛି ଯେ ତାହା ହାଲୁକା ହୋଇଥିବା ବେଳେ ସାରା ଦିନ ପାଇଁ ଆରାମ ପ୍ରଦାନ କରିବ । ସେଥିରେ ଥିବା ବିଲ୍‌ଟ ଇନ୍ ମାଇକ୍ ଜରିଆରେ ବ୍ୟବହାରକାରୀମାନେ ହାତରେ ହସ୍ତକ୍ଷେପ ନକରି ସ୍ପଷ୍ଟ ଭାବେ କଥାବାର୍ତା ହେବା ଲାଗି କଲ୍ କରିବା ପାଇଁ ତାହାକୁ ବ୍ୟବହାର କରିପାରିବେ । ପବନ ଜନିତ ବାହ୍ୟ କୋଳାହଳକୁ ରୋକିବା ଲାଗି ଏହାର ମାଇକ୍ରୋଫୋନ୍ ପାଖରେ ଏକ ଢ଼ାଂଚା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଅତି ସ୍ପଷ୍ଟ କଥାବାର୍ତା କରିହେବ ଏବଂ ବିନା ପ୍ରତିବନ୍ଧକରେ ଗୀତ ଓ ସଙ୍ଗୀତର ମଜା ନିଆଯାଇପାରିବ ।
ଫାଷ୍ଟ୍ ପେୟାର୍ ଜରିଆରେ ଫୋନ୍‌କୁ ଶୀଘ୍ର ଖୋଜିହେବ । ସ୍ୱିଫ୍‌୍ଟ ପେୟାର୍ ଜରିଆରେ ଏହାକୁ ପିସି ସହିତ ସଂଯୋଗ କରି ହେବ । ଏହା ୩୬୦ ରିଅଲିଟି ଅଡିଓ କମ୍ପାଟିବଲ୍ । ଏହାକୁ ସହଜରେ ଯେକୌଣସି ସ୍ଥାନକୁ ନିଆଯାଇପାରିବ । ଏହି ହେଡଫୋନ୍‌କୁ ସୋନି ରିଟେଲ୍ ଷ୍ଟୋର୍‌, ୱେବସାଇଟ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ୍ ଦୋକାନ ଓ ଇ-କମର୍ସ ୱେବସାଇଟ୍‌ଗୁଡ଼ିକରୁ ୨୦୨୩ ଏପ୍ରିଲ୍ ୧୧ ପରଠାରୁ କିଣିହେବ । ଏହାର ମୂଲ୍ୟ ୪,୪୯୦ ଟଙ୍କା ରହିଛି । କଳା, ଧଳା, ନୀଳ ଓ ବିଜ୍ ରଙ୍ଗରେ ତାହା ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

ten + two =