ତିନମାସ ପାଇଁ ଯାଞ୍ଚ ପ୍ରକ୍ରିୟାକୁ କୋହଳ କଲେ ମୁଖ୍ୟମନ୍ତ୍ରୀ

କାଗଜପତ୍ର ପ୍ରସ୍ତୁତ କରିବାକୁ ବ୍ୟାପକ ସଚେତନତା କର

ଭୁବନେଶ୍ବର () ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ମୋଟର ଯାନ ଆଇନରେ ସଂଶୋଧନ ପରେ ଲାଗୁ ହୋଇଥିବା ଫାଇନ ବ୍ୟବସ୍ଥାରେ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ କରି ଭୁବନେଶ୍ବରରେ ସୃଷ୍ଟି ହେଉତିବା ଜନ ଅଶନ୍ତୋଷକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ତିନି ମାସ ପାଇଁ ଫାଇନ ଆଦାୟକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ନୂଆ ଆଇନରେ ରହିଥିବା ବ୍ୟବସ୍ଥାକୁ କଡାକଡାଭାବେ ଲାଗୁନକରି ଏହି ସମୟ ମଧ୍ୟରେ ଜନସାଧାରଣଙ୍କୁ ନୂଆ ବ୍ୟବସ୍ଥା ଅନୁଯାୟୀ କାଗଜପତ୍ର ପ୍ରସ୍ତୁତ କରିବାକୁ ସଚେତନ କରିବାକୁ ଏନଫୋର୍ସମେଣ୍ଟ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି । ପରିବହନ ବିଭାଗ ମଧ୍ୟ ସାଧାରଣ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ସେବା ପ୍ରଦାନକାରୀ ସଂସ୍ଥାର ଦକ୍ଷତା ବୃଦ୍ଧି କରିବା ସହ ଅଧିକ କାଉଣ୍ଟର ଏବଂ ସରକାରୀ ଅନୁଷ୍ଠାନରେ କ୍ୟାମ୍ପ କରି ଲୋକଙ୍କୁ ସେମାନଙ୍କ ଦସ୍ତାବେଜ ପ୍ରସ୍ତୁତ କରିବାର ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଲୋକଙ୍କୁ ସେମାନଙ୍କ ଗାଡିର କାଗଜପତ୍ର ପ୍ରସ୍ତୁତ କରିବାକୁ 3 ମାସ ସମୟ ଦିଆଯିବ । ଏହି ସମୟରେ ମଧ୍ୟରେ ବ୍ୟାପକ ସଡକ ସୁରକ୍ଷା ସଚେତନତା କ୍ୟାମ୍ପେନ କରି ଲୋକଙ୍କୁ ସଚେତନ କରାଯିବ । ମୁଖ୍ୟମନ୍ତ୍ରୀ ଗାଡି ଚାଳକଙ୍କୁ ମଧ୍ୟ ସୁରକ୍ଷିତ ଡ୍ରାଇଭିଂର ପରାମର୍ଶ ଦେଇଛନ୍ତି । ବିପଦପୂର୍ଣ୍ଣ ଗାଡି ଚାଳନା ଦ୍ବାରା ସେମାନେ ନିଜ ଜୀବନକୁ ବିଦପଶଙ୍କୁଳ କରୁଥିବା ବେଳେ ଅନ୍ୟମାନେ ବି ବିପଦରେ ପଡୁଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − 5 =