ଏମକେସିଜିକୁ ଅଚାନକ ଗସ୍ତରେ ଗଲେ ବ୍ରହ୍ମପୁର ସାଂସଦ ଓ ବିଧାୟକ

ବ୍ରହ୍ମପୁର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5-ଟି ମନ୍ତ୍ରର ପ୍ରଭାବ କେବଳ ପ୍ରଶାସକଙ୍କ ଉପରେ ପଡିନି । ରାଜନୈତିକ ନେତାମାନେ ବି ଲୋକଙ୍କ ସମସ୍ୟା ସହ ସିଧାସଳଖ ସମ୍ପୃକ୍ତ ହେବା ସହ ସରକାରୀ ସେବା ପ୍ରଦାନକାରୀ ଅନୁଷ୍ଠାନରେ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ଲୋକ ପ୍ରତିନିଧି । ନିକଟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା ଏମକେସିଜି ମେଡିକାଲ କଲେଜକୁ ଅଚାନକ ପରିଦର୍ଶନରେ ଯାଇ ସେଠାରେ ଲୋକଙ୍କୁ ପ୍ରଦାନ କରାଯାଉଥିବା ସେବାର ମାନ ଯାଞ୍ଚ କରିଛନ୍ତି ।

ଏହି ଦୁଇ ନେତା ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବ୍ଲକ, ଇନଡୋର ଓ ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ । ସେଠାରେ ସେମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟି ଉପଯୁକ୍ତ ସେବା ମିଳୁଛି କି ନାହିଁ ତାହା ପଚାରି ବୁଝିଥିଲେ । ଦକ୍ଷୀଣ ଓଡିଶାର ଏହି ସର୍ବବୃହତ ସ୍ବାସ୍ଥ୍ୟସେବା ଅନୁଷ୍ଠାନ । ତେଣୁ ଏଥିରେ ଥିବା ବିଭିନ୍ନ ସୁବିଧ ଅସୁବିଧା ସମ୍ପର୍କରେ ସାଂସଦ ଓ ବିଧାୟକ ଡାକ୍ତରଖାନାର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ଡାକ୍ତରଖାନା ସଂପର୍କରେ ଆଲୋଚନା ସମୟରେ କିଛି ୱାର୍ଡର ମରାମତି ସଂପର୍କରେ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିଥିଲେ । ଉଭୟ ସାଂସଦ ଓ ବିଧାୟକ ଏହି ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଆଶ୍ବାସନା ଦେବା ସହ ମେଡିକାଲ କଲେଜର ଡାକ୍ତର ଓ ଅନ୍ୟାନ ଷ୍ଟାଫ ଅଭାବ ପୂରଣ କରାଯିବ ବୋଲି କହିଥିଲେ ।

Share

Leave a Reply

Your email address will not be published. Required fields are marked *

5 × four =