ଓହରିଲେ ପୃଥ୍ବୀବଲ୍ଲଭ, ସମ୍ବଲପୁରରୁ ଲଢିବେ ଶରତ

ଭୁବନେଶ୍ବର () କଂଗ୍ରେସ ଆଜି ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ବଦଳିଛି । ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ଅଶ୍ବିନୀ ପୂଜାହାରୀଙ୍କୁ ବଦଳାଇ ତାଙ୍କ ସ୍ଥାନରେ ପୂର୍ବତନ ସାଂସଦ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ଏଥିସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ମୈଇଦାନରୁ ଓହରିଛନ୍ତି । ଗତକାଲି ରାତିରେ ସେ ବେଗୁନିଆରୁ ନିର୍ବାଚନ ଲଢିବେ ବୋଲି ତାଲିକା ପ୍ରକାଶ ପାଇଥିଲା ।

ସମ୍ବଲପୁର ବିଧାନସଭା ପାଇଁ ଡାକ୍ତର ଅଶ୍ବିନୀ ପୂଜାହାରୀ, କଟକ ଚୌଦ୍ବାର ପାଇଁ ଜଗଦିଶ ମହାନ୍ତି, କଟକ ସଦର ପାଇଁ ଅଭିଷେକ ମହାନନ୍ଦ, ଜୟଦେବ ଆସନ ପାଇଁ ସୁକାନ୍ତ ତିଆଡି ଭୋଇ, ଘଷିପୁରାରୁ ନିରଞ୍ଜନ ପଟ୍ଟନାୟକ, ଭୁବନେଶ୍ବର ମଧ୍ୟରୁ ରାଜୀବ ପଟ୍ଟନାୟକ, ଭୁବନେଶ୍ବର ଉତ୍ତରରୁ ଇତିଶ ପ୍ରଧାନ, ବେଗୁନିଆରୁ ପ୍ରଦୀପ ସାହୁ ଓ ଚିଲିକା ପ୍ରଦୀପ ସ୍ବାଇଁ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ବିନା ନାମ ଘୋଷଣାରେ ନିରଂଜନ ପଟ୍ଟନାୟକ ଗତକାଲି ଘସିପୁରାରୁ ନାମାଙ୍କନପତ୍ର ଦାଖଲ କରିଥିଲେ । ଆଜି ଘସିପୁରା ପାଇଁ ପ୍ରକାଶିତ ତାଲିକାରେ ତାଙ୍କ ନାଁ ରହିଛି । ପିସିସି ସଭାପତି ପୂର୍ବରୁ କହିଥିଲେ ଯେ, ସେ ଦୁଇଟି ଆସନ ଘସିପୁରା ଓ ଭଣ୍ଡାରିପୋଖରୀରୁ ପ୍ରତିଦ୍ବନ୍ଦ୍ବିତା କରିବେ ।

Share

Leave a Reply

Your email address will not be published. Required fields are marked *

1 × 2 =