ବେଦାନ୍ତ ଜମି ଅଧିକରଣ ବେଆଇନ

ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲା ପ୍ରସଙ୍ଗ । ଓଡିଶା ହାଇକୋର୍ଟଙ୍କ ରାୟଙ୍କୁ କାଏମ୍ ରଖିଲେ ସୁପ୍ରିମକୋର୍ଟ । ୧୦ ହଜାର ଏକର ଜମି ଅଧିକରଣ ବେଆଇନ କହିଲେ ସୁପ୍ରିମକୋର୍ଟ । ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ ଭତ୍ସନା କଲେ । ଜମିହରା ଚାଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଆଦିତ୍ୟ ଦାସ ସୁଚନା ଦେଇଛନ୍ତି । ସରକାରଙ୍କ ଜମି ଅଧିକରଣକୁ ୨୦୧୦ରେ ବେଆଇନ କହିଥିଲେ ହାଇକୋର୍ଟ । ହାଇକୋର୍ଟ ବେଆଇନ କହିବା ସହ ଚାଷୀଙ୍କ ଜମି ଫେରାଇବାକୁ କହିଥିଲେ । ରାୟକୁ ଚ୍ୟାଲେଞ୍ଚ କରି ସୁପ୍ରିମକୋର୍ଟ ଯାଇଥିଲେ ବେଦାନ୍ତ,ରାଜ୍ୟ ସରକାର ।

Share

Leave a Reply

Your email address will not be published. Required fields are marked *

11 − seven =