ବଢିଲା ଆଳୁ ଦର

ବଜାରରେ ଆଳୁ ଦର ଏବେ ଆକାଶ ଛୁଆଁ । ଆଗକୁ ମଧ୍ୟ ଆହୁରି ବଢିପାରେ ଦର । ଏବେ ଖୁଚୁରା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ବିକ୍ରୀ ହେଉଛି ଆଳୁ । ଆଗକୁ କିଲୋ ପିଛା ଦର ୨୫ରୁ ୩୦ ଟଙ୍କା ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାରୁ ପରିବହନ ଖର୍ଚ୍ଚ ବି ବଢିଛି । ଓଡିଶାକୁ ଆଳୁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆସିଥାଏ । ଯେଉଁ ପରିବହନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୯୦ ଟଙ୍କା ଥିଲା ତାହା ଏବେ ୧୫୦ ଟଙ୍କା ଟପିଲାଣି । ପଶ୍ଚିମବଙ୍ଗରେ ୧୫ ଶହରୁ ୧୬ ଶହ ୫୦ ଟଙ୍କା କ୍ୱିଣ୍ଟାଲ ପିଛା ଆଳୁ ଅଛି । ପରିବହନ ଖର୍ଚ୍ଚକୁ ଆଳୁର ମୂଳ ଦର ସହ ମିଶାଇବାକୁ ପଡିବ । ଏଠି ହୋଲସେଲରେ ୧ ହଜାର ୬୫୦ ରୁ ୧୭ ଶହ ୫୦ରେ ବିକ୍ରୀ ହେଉଛି । ବର୍ଦ୍ଧିତ ଲାଗୁ ହେବା ପରେ ଆଗାମୀ ଦିନରେ ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଦାମ ବଢିବ । ଉତ୍ତରପ୍ରଦେଶରେ ଆଳୁ କ୍ୱିଣ୍ଟାଲ ପିଛା ୧୬ ଶହରୁ ୧୬୫୦ ଟଙ୍କାରେ ବିକ୍ରୀ ହେଉଛି । ଆଗକୁ ଆଳୁ ଦର ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଙ୍ଗ ମହାସଚିବ ସୁଧାକର ପଣ୍ଡା ।

Share

Leave a Reply

Your email address will not be published. Required fields are marked *

ten − five =