ପିଆଜ ଚାଷୀଙ୍କୁ ୧୫୦ କୋଟିର ସହାୟତା

ମହାରାଷ୍ଟ୍ର ପିଆଜ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ୧୫୦ କୋଟି ଟଙ୍କାର ସହାୟତା । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ରାଜ୍ୟରେ ପିଆଜ ଉତ୍ପାଦନ ଭଲ ହୋଇଥଲେ ମଧ୍ୟ ଅଭାବୀ ବିକ୍ରି ଯୋଗୁଁ ଚାଷୀ ଖୁବ୍ କମ୍ ଦରରେ ପିଆଜ ବିକ୍ରି କରିଛନ୍ତି । ଉଚିତ ଦାମ୍ ନମିଳିବାରୁ ହତାଶ ହୋଇପଡ଼ିଛନ୍ତି ଚାଷୀ । ଏ ନେଇ ରାଜ୍ୟ ସରକାର ଏବଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଥିଲେ । ଆନ୍ଦୋଳନ ଓ ବିକ୍ଷୋଭ ବି କରିଥିଲେ । ଅନେକ ଚାଷୀ କ୍ୱିଣ୍ଟାଲ କ୍ୱିଣ୍ଟାଲ ପିଆଜ ରାସ୍ତାରେ ଫିଙ୍ଗି ପ୍ରତିବାଦ ଜଣାଇଥିଲେ । ଏମିତିକି କିଛି ଚାଷୀ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ପିଆଜ ପଠାଇ ନିଜର ଅସନ୍ତୋଷ ଜଣାଇଥିଲେ ।
ଏହା ପରେ ମହାରାଷ୍ଟ୍ର ସରକାର ଏହି ୧୫୦ କୋଟି ଟଙ୍କାର ଅନୁକମ୍ପା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି । କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ହିସାବରେ ଏହି ସହାୟତା ରାଶି ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

five × 2 =