ଏଣିକି ଅଫିସରେ ‘ଭାଇ’ ଡାକିଲେ ହେବ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର()  ଏଣିକି ଅଫିସରେ ‘ଭାଇ’ ଡାକିଲେ ହେବ କାର୍ୟ୍ୟାନୁଷ୍ଠାନ । ପଶୁସମ୍ପଦ ନିର୍ଦ୍ଦେଶାଳୟରେ ଭାଇ ଡାକିବା ମନା । ଏଭଳି ଏକ ନିର୍ଦ୍ଦେଶ ଆସିଛି ବିଭାଗରୁ । ସରକାରୀ ମର୍ୟ୍ୟାଦା ଭଙ୍ଗ ହେଉଥିବା ଦର୍ଶାଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପଶୁପାଳନ ନିର୍ଦ୍ଦେଶକ ।

ଏଥିରେ କୁହାଯାଇଛି, ବରିଷ୍ଠ ଅଧିକାରୀ ଉପସ୍ଥିତିରେ ବି ଅନେକ କର୍ମଚାରୀ ସେମାନଙ୍କ ଉପରିସ୍ଥ ଅଫିସରଙ୍କୁ ଭାଇ ଡାକୁଛନ୍ତି । ଅଫିସ ଭିତରେ ଏଭଳି ଭାଇ ଉଚ୍ଚାରଣ ଠିକ ହେଉନାହିଁ । ନିଜ ନିଜ ଭିତରେ ବ୍ୟକ୍ତିଗତ ସମ୍ପର୍କ ଥାଇପାରେ ।କିନ୍ତୁ ଅଫିସ ଭିତରେ ଏଭଳି ଭାଇ ଡାକ ଓଡିଶା ସରକାରଙ୍କ କର୍ମଚାରୀ ଆଚରଣ ବିଧି, ୧୯୫୯ର ଉଲ୍ଲଙ୍ଘନ କରୁଛି । ତେଣୁ ଅଫିସ ସମୟରେ ସବୁ କର୍ମଚାରୀ ସରକାରୀ ମର୍ୟ୍ୟାଦା ରକ୍ଷା କରିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଏହାର ଉଲ୍ଲଙ୍ଘନ ହେଲେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଚେତାଇ କୁହାଯାଇିଛି ।

Share

Leave a Reply

Your email address will not be published. Required fields are marked *

ten + 11 =