ରୁଷ୍‌ ଦେଲା ଧମକ,NATOରେ ଯୋଗ ଦେଲେ ପରିଣାମ ଭୟଙ୍କର ହେବ

ରୁଷ୍‌ ଦେଲା ଧମକ। ନାଟୋରେ ଯୋଗ ଦେଲେ ପରିଣାମ ହେବ ସାଙ୍ଘାତିକ। ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଦ୍ୱିପାକ୍ଷୀୟ କୂଟନିତିଜ୍ଞ ଚ୍ୟାନେଲ ମାଧ୍ୟମରେ ରୁଷ୍‌ ଦେଇଛି ଏହି ଚେତାବନୀ । ଏହି ସୂଚନା ରୁଷୀୟ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିଆ ଜଖାରୋଭା ଦେଇଛନ୍ତି। ଜଖାରୋଭା ମିଡ଼ିଆ ସହ କଥାବାର୍ତ୍ତାରେ କହିଛନ୍ତି କି, ଆମେ ସାର୍ବଜନିକ ରୂପେ ଏବଂ ଦ୍ୱିପାକ୍ଷୀୟ ଚ୍ୟାନେଲ ମାଧ୍ୟମରେ ନିଜର ସବୁ ଚେତାବନୀ ଜାରି କରିଛୁ। ସ୍ୱିଡେନ ଓ ଫିନଲାଣ୍ଡ ଏହା ବିଷୟରେ ଜାଣନ୍ତି , ସେମାନେ ଆଶ୍ଚର୍ଯ୍ୟ ଚକିତ ହେବାର କୌଣସି କଥା ନାହିଁ। ତାଙ୍କୁ ସବୁ ଜିନିଷ ବିଷୟରେ ଜଣାଇ ଦିଆଯାଇ ଥିଲା କି, ଏଥିରେ କଣ ପରିଣାମ ହୋଇପାରେ।

ଏହା ପୂର୍ବରୁ ରୁଷ୍‌ର ପୂର୍ବତନ ରାଷ୍ଟ୍ରପତି ଡିମିତ୍ରୀ ମେଦଭେଦେବ ଆମେରିକା ଓ ୟୁରୋପୀୟ ୟୁନିୟନକୁ ଚେତାବନୀ ଦେଇ କହିଥିଲେ କି ଯଦି ଫିନଲାଣ୍ଡ ବା ସ୍ୱିଡେନ ନାଟୋରେ ସାମିଲ ହେବାର ନିଷ୍ପତ୍ତି କରନ୍ତି ତ ରୁଷ୍‌ ବାଲଟିକ ଦେଶ ଓ ସ୍କାଣ୍ଡିନାଭିଆର ପାଖାପାଖି ସ୍ଥାନରେ ପରମାଣୁ ଅସ୍ତ୍ର ମୁତୟନ କରିବ।

କ୍ରେମଲିନ୍‌ର ପ୍ରବକ୍ତା ଦିମିତ୍ରୀ ପେସକୋଭ ନିକଟରେ ମିଡ଼ିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି କି, ଏହି ବିଷୟରେ ଅନେକ ଥର କଥାବାର୍ତ୍ତା ହୋଇଛି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନାଟୋର ସୈନ୍ୟ ବୃଦ୍ଧି କ୍ଷମତା କାରଣରୁ ଆମର ପଶ୍ଚିମୀ କ୍ଷେତ୍ରକୁ ମଜବୁତ କରିବାରେ ଏକ ଆଦେଶ ଜାରି କରିଛି। ଏହା ପଚରା ଯାଇଥିଲା କି, ଏହି ପଦକ୍ଷେପରେ କଣ ପରମାଣୁ ଅସ୍ତ୍ର ସାମିଲ ହେବ ? ପେସକୋଭ କହିଥିଲେ କି ମୁଁ କହିପାରିବି ନାହିଁ , ହେଲେ  ଉପାୟ, ଆବଶ୍ୟକୀୟ ପଦକ୍ଷେପର ଏକ ପୂରା ତାଲିକା ହେବ । ଏହାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ଅଲଗା ବୈଠକରେ କଭର କରାଯିବ ।

Share

Leave a Reply

Your email address will not be published. Required fields are marked *

16 − three =