ଫ୍ଲାଟରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ?

ଭୁବନେଶ୍ୱର—ଜୟଦେବ ବିହାର ଛକରେ ଥିବା ଏକ ଆପାଟମେଂଟ ତଳୁ ଜଣେ ମହିଳାଙ୍କ ମୃତ ଦେହ ମିଳିଛି ।ମୃତ ମହିଳାଙ୍କ ଘରୁ ଏକ ଚିଠି ମଧ୍ୟ ମିଳିଛି । ପାରିବାରିକ ଗଣ୍ଡଗୋଳରୁ ମହିଳା ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଥିବା ଭୁବନେଶ୍ୱର ଡିସିପି କାହିଛନ୍ତି ।
ଗତ ମାସରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କୋଟିପତି ଦମ୍ପତି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ଓପେପା ଆକାଉଣ୍ଟସ୍ ଅଫିସର ନଳିନୀ କୁମାରୀ ପୃଷ୍ଟି ଓ ତାଙ୍କ ସ୍ୱାମୀ । ତେବେ ଆଜି ନଳୀନିଙ୍କ ଫ୍ଲାଟରୁ ଯେଉଁ ମହିଳାଙ୍କ ମୃତଦେବ ମିଳିଛି ସେ ନଳୀନିଙ୍କ ମା’ ଦେବକୀ ପୃଷ୍ଟି ବୋଲି ଜଣାପଡ଼ିଛି । ନଳୀନିଙ୍କ ଆପାର୍ଟମେଂଟ ତଳୁ ଦେବକୀଙ୍କ ମୃତଦେବ ଉଦ୍ଧାର କରିଛି ସହିଦ ନଗର ଥାନା ପୋଲିସ୍ । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । କାରଣ ଅସ୍ପଷ୍ଟ ଥିଲାବେଳେ ପୁଲିସ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଅଗଷ୍ଟ ୩୦ ତାରିଖରେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ ଓପେପାରେ ଆକାଉଂଟ ଅଫିସର ଭାବେ କାର‌୍ୟ୍ୟରତ ନଳୀନି କୁମାରୀ ପୃଷ୍ଟି । ମାତ୍ର ୩ ବର୍ଷ ଚାକରି ଓ ମାସିକ ୪୦ ହଜାର ଦରମାରେ ସେ କୋଟିକୋଟି ଟଙ୍କା ରଖିଥିବାରୁ ଧରାପଡ଼ିଥିଲେ । ତେବେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କ ବିଳାସପୁର୍ଣ୍ଣ ବାସଭବନନୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । କୌଣସି ରାଜଉଆସ ଠାରୁ କମ୍ ନଥିିଲା ଦମ୍ପତିଙ୍କ ବାସଭବନ । କେବଳ ଘରର ସାଜସଜ୍ଜା ପାଇଁ ଖର୍ଚ୍ଚ ହୋଇଥିିଲା ୩ କୋଟିରୁ ଅଧିକ ଟଙ୍କା । ସର୍ବଶିକ୍ଷା ଅଭିଯାନକୁ ସର୍ବଗିଳା ଅଭିଯାନରେ ପରିଣତ କରି ଏପରି କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଅନ୍ୟପଟେ ନଳିନୀଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଥିଲା ଭିଜିଲାନ୍ସ । ସ୍ତ୍ରୀଙ୍କ କଳା ଟଙ୍କାକୁ ଧଳା କରି ଫସିଯାଇଥିଲେ ସ୍ୱାମୀ ।

Share

Leave a Reply

Your email address will not be published. Required fields are marked *

thirteen + eighteen =