ଭାରତରେ କରୋନାରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ

ନୁଆଦିଲ୍ଲୀ () ଭାରତରେ କରୋନାରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୬୪ ବର୍ଷୀୟ ଜଣେ ବ୍ୟକ୍ତି କରୋନାରେ ଜୀବନ ହରାଇଛନ୍ତି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି । ବେସରକାରୀ ଭାବେ ଏହି ସଂଖ୍ୟା ୧୩୧ ବୋଲି କୁହାଯାଉଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ସେପଟେ ସାରା ବିଶ୍ୱରେ ୧ଲକ୍ଷ ୭୫ ହଜାର ୫୩୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବଂ ୭ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନରେ ସର୍ବାଧିକ ୩୨୧୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଇଟାଲୀରେ ୨ହଜାର ୧୫୮ ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

12 − nine =