ନଦୀରେ ବୁଡ଼ିଗଲେ ଦୁଇ ବାଳକ

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏହି ଅଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବୁଡିଯାଇ ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ନିଖୋଜ ଅଛି। ମୃତ ବାଳର ନାଁ ହେଲା ରାହୁଲ ବାରିକ। ସେହିପରି ନିଖୋଜ ଥିବା ବାଳକର ନା ହେଲା କାର୍ତ୍ତିକ ବାରିକ।
ଏହି ଅଘଟଣଟି ଘଟିଛି ଆଜି ସକାଳେ ବ୍ରହ୍ମଣୀ ନଦୀର ତିନିମୁହାଣୀ ଘାଟରେ। ପିଲା ଦୁଇଜଣ ଗାଧୋଉଥିବା ଳେଳେ ଅଘଟଣର ଶିକାର ହୋଇଥିଲେ। ଉଭୟ ମୃତ ବାଳକ ରାହୁଲ ଏବଂ ନିଖୋଜ ଥିବା ବାଳକ କାର୍ତ୍ତିକର ଘର ନିକଟସ୍ଥ ସାହୁପଡ଼ା ଗାଁରେ। ଉଭୟ ନବମ ଶ୍ରେଣୀରେ ପାଠ ପଢ଼ନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ୫ ଜଣ ସାଙ୍ଗ ବ୍ରହ୍ମଣୀ ନଦୀର ତିନିମୁହାଣୀ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ, ହଠାତ୍ ପାଣିରେ ଭାସିଯାଇ ସେମାନଙ୍କ ଭିତରୁ ଦୁଇଜଣ ନିଖୋଜ ହୋଇ ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ରାହୁଲକୁ ଉଦ୍ଧାର କରିଥିଲେ। କିନ୍ତୁ ନିଖୋଜ କାର୍ତ୍ତିକକୁ ଏବେସୁଦ୍ଧା ଠାବ କରାଯାଇ ପାରିନି।
ନିଖୋଜକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।

Share

Leave a Reply

Your email address will not be published. Required fields are marked *

two × 3 =