ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର () ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଦିନ ଅର୍ଥାତ ୧୯ ତାରିଖରେ ସାହିତ୍ୟ, ୨୨ରେ ଦ୍ୱିତୀୟ ଭାଷା, ୨୪ରେ ହିନ୍ଦୀ ଓ ସଂସ୍କୃତର ପରୀକ୍ଷା ହେବ ।ସେହିପରି ୨୬ ତାରିଖରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ଏବଂ ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୨ଟା ୩୦ରେ ସରିବ । ମାତ୍ର ଗଣିତ ପରୀକ୍ଷା ପାଇଁ ପିଲାଙ୍କୁ ଅତିରିକ୍ତ ୧୫ ମିନିଟ ସମୟ ଦିଆଯିବ ବୋଲି ସୂଚନା ଦେଇଛି ବୋର୍ଡ ।

ସେପଟେ ମାଟ୍ରିକ ପରୀକ୍ଷାକୁ କପି ମୁକ୍ତ କରିବାକୁ ପ୍ରଶ୍ନପତ୍ରରେ ଲାଗିବ ଏକ ଡିଜିଟାଲ କୋଡ । ପ୍ରଶ୍ନ ପତ୍ର ଭାଇରାଲ ହେଲେ ଏହା ସଙ୍ଗେ ସଙ୍ଗେ ଜଣାପଡିଯିବ । ପରୀକ୍ଷା ଖାତାରେ ରହିବ ସିକ୍ୟୁରିଟି କୋଡ । ଏଥର ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରଶ୍ନପତ୍ର ମିଳିବ, ଯେଉଁ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ୍ ରହିବ ।

Share

Leave a Reply

Your email address will not be published. Required fields are marked *

13 − 9 =