ଆସିଲା ଶୁଭଶ୍ରୀଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ

ଗତ ରବିବାର ଦିନ ଯୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ତାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ସଂଗ୍ରହ କରାଯାଇଛି । ବିଷକ୍ରିୟା ଜନିତ ମୃତ୍ୟୁ ନେଇ ଡ଼ାକ୍ତର ସନ୍ଦେହ ପ୍ରକାଶ କରିଛନ୍ତି । ବ୍ୟବଚ୍ଛେଦ କରିଥିବା ଡାକ୍ତର, ସିଡିଏମଓଙ୍କୁ ପ୍ରାଥମିକ ରିପୋର୍ଟ ଦେଇଛନ୍ତି । ଫୋରେନସିକ ଲ୍ୟାବ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡ଼ିବ ।

ଏହା ପରେ ଭୁବନେଶ୍ୱର ଫୋରେନସିକ ଲ୍ୟାବକୁ ନମୂନା ପଠାଯାଇଛି । ଏନେଇ ସିଡିଏମଓ କିଶୋର ଚନ୍ଦ୍ର ପୃଷ୍ଟି ସୂଚନା ଦେଇଛନ୍ତି । ଗତ ୨୧ ତାରିଖ ଦିନ ଯୋଡା ଥାନାରେ ଡ଼ାକ୍ତର ଦିବ୍ୟ ଶଙ୍କର ମାଝିଙ୍କ ନାଁରେ ପ୍ରେମ ସଂମ୍ପର୍କକୁ ନେଇ ଏତଲା ଦେଇଥିଲେ । ଥାନାରେ ଏତଲା ଦେବାର ୧୦ ଦିନ ପରେ ମୃତଦେହ ମିଳିଥିବାରୁ ଆହୁରି ସନ୍ଦେହ ସୃଷ୍ଟି ହୋଇଛି ।

କେନ୍ଦୁଝର ଜିଲ୍ଲା,  ଯୋଡା ପୌରପାଳିକାର ବନେଇକଳାର ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ରୁମ କବାଟ ଭାଙ୍ଗି ଉଦ୍ଧାର କରିଛି ଯୋଡା ପୋଲିସ । ଉଦ୍ଧାର ପରେ ନିକଟସ୍ଥ ଟାଟା ଷ୍ଟିଲ୍ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କଟକ ଅଞ୍ଚଳର ମହିଳା ଡାକ୍ତର ଶୁଭଶ୍ରୀ  ଯୋଡାରେ ନିଯୁକ୍ତି ପାଇବା ପରେ ସ୍ବାସ୍ଥ୍ୟକେନ୍ଦ୍ରର ଉପରମହଲାରେ ଥିବା ଏକ ଘରେ ରହିଆସୁଥିଲେ ।

ପାଖ ପଡ଼ିଶାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,  ଶନିବାର ରାତିରେ ସାଥୀମାନଙ୍କ ସହିତ ନୂଆବର୍ଷକୁ ସେଲିବ୍ରେସନ କରି ସାରିବା ପରେ ରୁମକୁ ଫେରିଥିଲ । ରବିବାର କବାଟ ନଖୋଲିବାରୁ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ଯୋଡ଼ା ପୋଲିସ ବହୁଚେଷ୍ଟା ପରେ କବାଟ ନ ଖୋଲିବାରୁ ଶେଷରେ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲେ । କେଉଁ ପରିସ୍ଥିତିରେ କଣ ପାଇଁ ଶୁଭଶ୍ରୀଙ୍କ ମୃତ୍ୟୁ ହେଲା ଜାଣିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

one × two =