ପୁଣି ‘ମୋ ବସ’ରୁ ଚୋରି; ୬ଟି ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ

ଜନସାଧାରଣଙ୍କ ସୁବିଧା ପାଇଁ ଚାଲୁ ହୋଇଥିବା ମୋ ବସ୍ ସେବା ଏବେ ଲୋକଙ୍କ ପାଇଁ ପାଲଟିଛି ଅସୁବିଧା । ବାରମ୍ବାର ମୋ ବସରୁ ଚୋରି ହେଉଥିବା ନେଇ ଅଭିଯୋଗ ହେଉଛି । ଆଜି ମଧ୍ୟ ମୋ ବସରୁ ଏକାସାଙ୍ଗରେ ୬ଟି ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ ଦାୟର ହୋଇଛି । ନନ୍ଦନକାନନରୁ କଟକ ଯିବା ବାଟରେ ୧୮ ନମ୍ବର ମୋ ବସରୁ ଏହି ଚୋରି ହୋଇଥିବା ସୂଚନା ମିଳିଛି । ଜୁଡିସିଆଲ ଏକାଡେମୀ ପାଖରେ ମୋବାଇଲ ନଥିବା ଜାଣିବାକୁ ପାଇଛନ୍ତି ଯାତ୍ରୀ । ତେବେ ବାରମ୍ବାର ମୋ ବସରୁ ଚୋରି ହେଉଥିବାରୁ ଏଥିରେ ଲୋକେ ଯାତାୟତ କରିବା ପାଇଁ ଭୟ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

three × three =