ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ଗୁପ୍ତ ତଥ୍ୟ ବିଷୟରେ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାଠାରେ ରହିଛି ଗୁପ୍ତେଶ୍ଵର ମହାଦେବ ମନ୍ଦିର। ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ। ଏହା ଜୟପୁର ସହରଠାରୁ ୫୮ ଓ କୋରାପୁଟଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାକୃତିକ ଶୋଭାରାଜିରେ ଆଚ୍ଛାଦିତ ଏହି ସ୍ଥଳୀ ଶୀତ ଦିନିଆ ପିକ୍‌ନିକ୍ ପାଇଁ ଏକ ଉତ୍ତମ ସ୍ଥାନ ଅଟେ।ବୈପାରୀଗୁଡ଼ାର ରାମଗିରି ପାହାଡ଼ ଶୀର୍ଷ ଦେଶରେ ଏକ ଗୁମ୍ଫା ଅଛି।

ଏହାର ଗୋଟିଏ ପ୍ରଶସ୍ତ କୋଠରୀ ମଧ୍ୟରେ ୧୦ ଫୁଟ ଗୋଲେଇ ଓ ୮ଫୁଟ ଉଚ୍ଚତା ବିଶିଷ୍ଟ ଏକ ମହାଲିଙ୍ଗ ରହିଛି। ଅରଣ୍ୟ ସୁଷମାରେ ପରିପୁର୍ଣ୍ଣ ଏହି ଅଞ୍ଚଳରେ ମହାଶିବରାତ୍ରୀ ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଦିନକୁ ଦିନ ଏହି ଶିବଲିଙ୍ଗର ଆକାର ବୃଦ୍ଧି ହେଉଥିବା ସ୍ଥାନୀୟ ଲୋକେ କୁହନ୍ତି। ଆଦିବାସୀର ଦୁରୁଆ ସମ୍ପ୍ରଦାୟର ଲୋକମାନେ ଏଠାରେ ପୂଜକଭାବେ କାର୍ଯ୍ୟ ତୁଲାଇଥାନ୍ତି।

ରାମାୟଣରେ ଏହି ପ୍ରସିଦ୍ଧ ଶୈବପୀଠ ବିଷୟରେ ଉଲ୍ଲେଖ ଅଛି। କିମ୍ଵଦନ୍ତୀ ଅନୁଯାୟୀ ବନବାସ ସମୟରେ ପ୍ରଭୁ ରାମଚନ୍ଦ୍ର ଏହି ଗିରିଗୁହା ମଧ୍ୟରେ ଗୁପ୍ତେଶ୍ଵରଙ୍କୁ ପୂଜା କରୁଥିଲେ। ସପ୍ତଦଶ ଶତାବ୍ଦୀ ମଧ୍ୟଭାଗରେ ନନ୍ଦପୁର ମହାରାଜା ବୀର ବିକ୍ରମ ଦେବଙ୍କ ସମୟରେ ଏହି ଗୁପ୍ତ ଗୁମ୍ଫା ଆବିଷ୍କୃତ ହୋଇଥିଲା ବୋଲି ଇତିହାସରୁ ସୂଚନା ମିଳେ। ଏହାର ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବା ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି।ଗୁପ୍ତେଶ୍ଵର ମହାଦେବଙ୍କ ଦର୍ଶନ ସହିତ ଏଠାରେ ଅନେକ ପ୍ରାକୃତିକ ସ୍ଥାନ ଆପଣ ବୁଲିପାରିବେ।

ରାମଗିରି ପାହାଡ଼ଠାରୁ ଅଳ୍ପ ଦୂରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି। ଏଠାରେ ଭଗବାନ ରାମ, ସୀତା ସ୍ନାନ କରୁଥିଲେ ବୋଲି କିମ୍ଵଦନ୍ତୀ ରହିଛି। ଏଠାକାର ଶାବେରୀ ନଦୀର ପଥୁରିଆ ଚଟାଣ ବେଶ୍ ମନୋମୁଗ୍ଧକର। ଏଥିସହିତ ଗୁମ୍ଫା ମଧ୍ୟରେ ଥିବା କାଲିଜାଈ, ସ୍ଵର୍ଗଦ୍ଵାର, ପାରାଭାଡ଼ି, ବାଲିବନ୍ଧ ଓ ଦେବକୁଣ୍ଡ ଆଦି ମଧ୍ୟ ଦର୍ଶକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।କୋରାପୁଟ ଯିବା ପାଇଁ ଭୁବନେଶ୍ଵରରୁ ଉଭୟ ଟ୍ରେନ ଏବଂ ବସ୍‌ର ସୁବିଧା ରହିଛି।

Share

Leave a Reply

Your email address will not be published. Required fields are marked *

two × 1 =