ବିଜେଡି ପାଇଁ ପ୍ରଚାର କରିବେ ଅଶୋକ

ବରଗଡ() ବିଜେପୁର ନିର୍ବାଚନ ପୂର୍ବରୁ ବିଜେପି ଛାଡିଥିବା ଅଶୋକ ପାଣିଗ୍ରାହୀ ବିଜେଡିକୁ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି ।ନିଜର ସମର୍ଥକଙ୍କ ସହ କଥାବାର୍ତ୍ତା ହେବା ପରେ ସେ ଏପରି ନିଷ୍ପତି ନେଇଥିବା କଥା ସୂଚନା ଦେଇଛନ୍ତି ।

ଅଶୋକ ୨୦୧୮ ଉପନିର୍ବାଚନରେ ବିଜେପୁରରୁ ବିଜେପିର ଦଳୀୟ ପ୍ରାର୍ଥୀ ହୋଇଥିଲେ ଏବଂ ପରାଜିତ ମଧ୍ୟ ହୋଇଥିଲେ । କିନ୍ତୁ ଏହା ପର ଠାରୁ ଦଳ ତାଙ୍କୁ ଅଣଦେଖା କରୁଥିଲା ବୋଲି ସେ ଅଭିଯୋଗ କରିଆସୁଥିଲେ । ଏପରିକି ଚଳିତ ଉପନିର୍ବାଚନରେ ମଧ୍ୟ ଦଳ ତାଙ୍କୁ କୌଣସି ଦାୟିତ୍ୱ ଦେଇ ନଥିଲା ବୋଲି ସେ ବାରମ୍ବାର ଅଭିଯୋଗ କରିଆସିଛନ୍ତି । ସେହି ଅସନ୍ତୋଷରୁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ଆଜି ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 + 17 =