ପ୍ରଧାନମନ୍ତ୍ରୀଙ୍କୁ ଫକିର କହିଲେ ଏହି ଅଭିନେତା

ମୁମ୍ବାଇ() ଗୋଟିଏ ଦିନ ପୂର୍ବରୁ ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଏକ ଭିଡିଓ ଶେୟାର କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦେଖିବା ପରେ ବଲିଉଡ୍ କଳାକାର ଅକ୍ଷୟ କୁମାର, ଅନିଲ କପୁର ଆଦି ମୋଦିଙ୍କୁ ପ୍ରଶଂସା କରିବା ସହ ସ୍ବଚ୍ଛତା ଅଭିଯାନକୁ ନେଇ ମୋଦି ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ପ୍ରକୃତରେ ସ୍ବାଗତଯୋଗ୍ୟ ବୋଲି କହିଥିଲେ। ହେଲେ ଅଭିନେତା ଅନୁପମ ଖେର ଅତି ଉତ୍ସାହିତ ହୋଇ ମୋଦିଙ୍କର ସେହି ଭିଡିଓରୁ ଆସିଥିବା ଏକ ଫଟୋକୁ ଦେଖି ଲେଖିଥିଲେ, ମୋଦିଜୀଙ୍କ ଏହି ଫଟୋ ଭବିଷ୍ୟତରେ ସାଧୁତା, ସତ୍ୟତା, ସରଳତା ଓ ନିସ୍ବାର୍ଥପରତାର ଏକ ପ୍ରତୀକ ହେବ। ସେ ଆହୁରି ମଧ୍ୟ ଲେଖିଛନ୍ତି ଏହି ଛବିଟିରେ ସ୍ବଚ୍ଛ ଭାରତର ଅଭିଯାନ ତ ଅଛି ତା’ସହ ଜଣେ ଫକିରଙ୍କ ଛବି ମଧ୍ୟ ଲୁଚି ରହିଛି ବୋଲି ଅନୁପମ ଲେଖି ପକାଇଛନ୍ତି।

Share

Leave a Reply

Your email address will not be published. Required fields are marked *

2 + one =