କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ, ପରୀ ନ୍ୟାୟ ପାଉ

ଭୁବନେଶ୍ୱର()  ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ  ବିଧାନସଭାରେ ନିଜର ବିବୃତି ରଖିଛନ୍ତି । ସେ କହିଛନ୍ତି ଯେ, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏନେଇ ମୁଁ ଗଭୀର ମର୍ମାହତ । ମୁଁ ହିଂସାକୁ ବିରୋଧ କରେ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି । ଯିଏ ବି ଏହି ଘଟଣାରେ ଜଡ଼ିତ ଥାଆନ୍ତୁନା କାହିଁକି କାର୍ୟ୍ୟାନୁଷ୍ଠାନ ହେଉ । ପରୀ ନ୍ୟାୟ ପାଉ । ସତ୍ୟ ଉନ୍ମୋଚନ ହେଉ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ପ୍ରକାଶଯେ, ପରୀ ମୃତୁ୍ୟ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଥିଲେ । ଏହି ମାମଲାର ଏଯାବତ ୩୪ ଜଣଙ୍କୁ ଜେରା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ସେହିପରି ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିବା ଗୃହକୁ ଜଣାଇବା ସହ ନୟାଗଡ଼ ଏସଡିପିଓ ମାମଲାର ତଦାରଖ କରୁଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ।

Share

Leave a Reply

Your email address will not be published. Required fields are marked *

three × three =