ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ତାତିଲେ କଂଗ୍ରେସ କର୍ମୀ । ଛାତ୍ର ଏବଂ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ନାରାବାଜି । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଦେଖିବାକୁ ମିଳିଛି ବିକ୍ଷୋଭ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ ମମିତାଙ୍କ ପରିବାରକୁ ନ୍ୟାୟ ଦେବା ଲାଗି କଂଗ୍ରେସ ପକ୍ଷରୁ ନିୟମିତ ଭାବେ କଂଗ୍ରେସ ପ୍ରତିବାଦ ଜାରି ରଖିଛି । ଆଜି ମନ୍ତ୍ରୀଙ୍କ ବାସ ଭବନକୁ ପଶିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ଅଟକାଇଥିଲା । ପୋଲିସ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା । ସେପଟେ କଂଗ୍ରେସ କର୍ମୀମାନେ ପୋଲିସକୁ ଟମାଟୋ ମାଡ଼ କରିଥିଲେ । କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଥିବା ଦେଖିବାକୁ ମିଳିଛି । ତେବେ ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ତେବେ ଆଜିର ଏହି ପ୍ରତିବାଦରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ, ସତ୍ୟପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

ten − 1 =