ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ() ଦେଶରେ କରୋନା ଭାଇରସର ବଢୁଥିବା ସଂଖ୍ୟକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କରିଛି କେନ୍ଦ୍ର । ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଏହାକୁ ବାତିଲ କରାଯାଇଛି । ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି । କିନ୍ତୁ ମାଲବାହୀ ବିମାନ ଉପରେ କଟକଣା ନାହିଁ । ତେବେ ଗତକାଲି ଡିସେମ୍ବର ଗାଇଡଲାଇନ ଜାରି ଜାରି କରିଥିଲା ଗୃହ ମନ୍ତ୍ରାଳୟ । ଏହି ନୂଆ ଗାଇଡଲାଇନରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

four × two =