କାମେଶ୍ବରଙ୍କ ନିସ୍ବାର୍ଥପର ସେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର () ନିଜେ ଆର୍ଥିକ ଅନାଟନରୁ ପାଠ ପଢିପାରିନଥିଲେ । ଏବେ କିନ୍ତୁ ସେ ଚାହୁଁନାହାଁନ୍ତି, ତାଙ୍କ ଭଳି କିଛି ଦରିଦ୍ର ଓ ପଛୁଆ ଶ୍ରେଣୀର ପିଲା ଅର୍ଥାଭାବରୁ ପାଠପଢାରୁ ଦୂରେଇ ରୁହନ୍ତୁ । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା କାଶିପୁର ବ୍ଲକର କାମେଶ୍ବର ସାହୁ । ଗତ 17 ବର୍ଷ ଧରି ସେ ନଜ ଅଂଚଳର କିଛି ଦରିଦ୍ର ଓ ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠ ପଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।

48 ବର୍ଷ ବୟଷ୍କ କାମେଶ୍ବର ଏକ ଛୋଟିଆ ଚା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । କିନ୍ତୁ ସେ ନିଜ ଜୀବନକୁ ସମାଜର ପଛୁଆ, ଅନାଥ ଓ ଆର୍ଥିକ ଅନଗ୍ରସର ପିଲାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଇଛନ୍ତି । ଯାହାବି କିଛି ରୋଜଗାର କରନ୍ତି, ଏହିଭଳି ପିଲାଙ୍କ ସ୍ସୁଲର ନାମଲେଖା, ସେମାନଙ୍କ ବହିପତ୍ର ଓ ଅନ୍ୟାନ ପାଠ ଉପକରଣ କିଣାରେ ଖର୍ଚ୍ଚ କରିଦିଅନ୍ତି ।

ନିଜ ପାଠ ପଢିପାରିନଥିବାରୁ ସେ ନିସ୍ବାର୍ଥପର ଭାବେ ଗତ 17 ବର୍ଷ ଧରି ଏହି କାମ କରୁଆସୁଛନ୍ତି । ରାୟଗଡା ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଅକ୍ଷାତ ପଲ୍ଲିର ଏହି ନିସ୍ବାର୍ଥପର ମଣିଷର ସେବା ମନୋବୃତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 2 =