ଭଙ୍ଗା ହେଲା ଲଙ୍ଗୁଳି ମଠ, ଟଳିଲା ବଡ ବିପଦ … ଦେଖନ୍ତୁ ଭିଡିଓ

ପୁରୀ () ଆଜିଠୁ ପୁରୀରେ ଆରମ୍ଭ ହୋଇଛି ଶ୍ରୀମନ୍ଦିରରୁ 75 ମିଟର ବ୍ୟସାର୍ଦ୍ଧ ମଧ୍ୟରେ ଉଛେଦ ପ୍ରକ୍ରିୟା । ମେଘନାଦ ପ୍ରାଚୀର ନିକଟରୁ ବେଆଇନ ଜବରଦଖଲ ହଟାଯିବା ପରେ 75 ମିଟର ଭିତରେ ଥିବା ସବୁ ନିର୍ମାଣର ଉଚ୍ଛେଦ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ପ୍ରଥମେ ଲଙ୍ଗୁଳି ମଠର ଉଚ୍ଛେଦ ଚାଲିଛି ।

ଏହି ମଠର ଉଚ୍ଛେଦ ପରେ ଏବେ ପୁରୀ ଲୋକେ କହୁଛନ୍ତି ଭବିଷ୍ୟତରେ ହେବାକୁ ଥିବା ଏକ ବଡ଼ ଦୁର୍ଘଟଣାକୁ ଏଡାଇଦିଆଗଲା।  କାରଣ ମଠଟି ପୂର୍ବରୁ ମଧ୍ୟ ବିପଦ ଶଙ୍କୁଳ ଅବସ୍ଥାରେ ଥିଲା । ଡୋଜର ମାରୁମାରୁ କୋଠାର ଛାତ ଗଳି ପଡ଼ିଲା । ଡୋଜରର ଗୋଟେ ଧକାରେ କାନ୍ଥ ଗଳି ପଡୁଛି । ପୁରୁଣା କଳିଆ କଡ଼ି ବରଗାରେ ତିଆରି ହୋଇଥିଲା ଏହି ମଠ । ଏମିତିବି ବିପଦଶଙ୍କୁଳ ମଠ ଭାବେ ଚିଂହିତ ହୋଇଥିବା ଏହି ମଠକୁ ଯେକୌଣସି ସମୟରେ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିଥାନ୍ତା ।

ମଠର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ପ୍ରଶାସନ ଓ ସ୍ଥାନୀୟ ଲୋକେ । ଭଙ୍ଗା ହୋଇନଥିଲେ ଯେକୌଣସି ସମୟରେ ଏହା ଭୁଶୁଡି ପଡ଼ିଥାନ୍ତା । ଆଉ ଅକାରଣରେ ଜୀବନ ହାନି ଘଟିଥାନ୍ତା । ଆଗକୁ ଏମିତି ଆଉ କିଛି ବିପଦଶଙ୍କୁଳ ମଠ ବି ଉଚ୍ଛେଦ ହେବ ।

Share

Leave a Reply

Your email address will not be published. Required fields are marked *

four × five =