ଟି୨୦ ସିରିଜ୍ ପାଇଁ ଦଳ ଘୋଷିତ

ଭାରତୀୟ କ୍ରିକେଟ ଦଳର ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦଳ ଘୋଷଣା ହୋଇଛି । ଜାନୁୟାରୀ ୨୩ରେ ଆରମ୍ଭ ହେବାକୁ ଥିବା ଏହି ଗସ୍ତ ପାଇଁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଟିମରେ ରଖାଯାଇଛି । ଜାନୁୟାରୀମାସରେ ଅଷ୍ଟ୍ରେଲିଆ ସହିତ ହେବାକୁ ଥିବା ଏକଦିବସୀୟ ସିରିଜରେ ମଧ୍ୟ ସେ ଦଳରେ ରହିଛନ୍ତି । ଅଷ୍ଟ୍ରେଲିଆ ସହିତ ଭାରତ ୩ଟି ଏକଦିବସୀୟ ମ୍ୟାଚ ଖେଳିବ । ସେଗୁଡିକ ଜାନୁୟାରୀ ୧୨,୧୫ ଓ ୧୮ରେ ଖେଳାଯିବ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ସହିତ ଭାରତ ୫ଟି ଏକଦିବସୀୟ ମ୍ୟାଚ ଓ ୩ଟି ଟି୨୦ ଖେଳିବ । ଏଗୁଡିକ ଜାନୁୟାରୀ ୨୩, ୨୬,୨୮, ୩୧ ଓ ଫେବ୍ରୁଆରୀ ୩ରେ ଖେଳାଯିବ । ସେହିପରି ଟି୨୦ ମ୍ୟାଚ ଫେବ୍ରୁଆରୀ ୬,୮ ଓ ୧୦ ରେ ଖେଳାଯିବ ।

Share

Leave a Reply

Your email address will not be published. Required fields are marked *

four × 2 =