ନୂଆ ରୂପରେ ବିଶ୍ୱକପକୁ ଅପେକ୍ଷା କରିଛି କଳିଙ୍ଗ ହକି ଷ୍ଟାଡିୟମ

ଭୁବନେଶ୍ୱର () ଆସନ୍ତା ପୁରୁଷ ହକି ବିଶ୍ୱକପ ନୂଆ ରୂପରେ ବିଶ୍ବର ବିଭିନ୍ନ ଦେଶରୁ ଆସୁଥିବା ହକି ତାରକାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ କଳିଙ୍ଗ ହକି ଷ୍ଟାଡିୟମ । ନୂଆ ରୂପରେ ଉଭା ହୋଇଥିବା କଳିଙ୍ଗ ହକି ଷ୍ଟାଡିୟମକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଉଦଘାଟନ କରିଛନ୍ତି।

ଉଦଘାଟନୀ ଉତ୍ସବ ପାଇଁ ଆୟୋଜିତ ହୋଇଥିବା ପ୍ରଦର୍ଶନୀ ମ୍ୟାଚରେ 2-1ଗୋଲରେ ଧନରାଜ ପିଲ୍ଲେଙ୍କୁ ଟିମକୁ ହରାଇ ଦିଲୀପ ତିର୍କୀଙ୍କ ଟିମ ବିଜୟୀ ହୋଇଛି । ମୁଖ୍ୟମନ୍ତ୍ରୀ ବିଜୟୀ ଟିମକୁ ଟ୍ରଫି ପ୍ରଦାନ କରିବା ସହିତ କେତେକ କ୍ରୀଡ଼ାବିତଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହା ଆମ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ଓଡିଶାରେ ଆମେ ଭାରତକୁ କଳିଙ୍ଗ ହକି ଷ୍ଟାଡିୟମ ଭଳି ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ବନାଇ ପାରିଛୁ। ଆସନ୍ତା  ହକି ବିଶ୍ୱକପ ଏଠାରେ ଆୟୋଜିତ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ  ଉଲ୍ଲସିତ ଅଛୁ। ମୁଁ ସମ୍ପୂର୍ଣ୍ଣ ଆଶାବାଦୀ ଯେ ଆଗାମୀ ଦିନରେ ଆହୁରି ବିଶ୍ୱସ୍ତରୀୟ ମ୍ୟାଚ ଏଠାରେ ଆୟୋଜିତ ହେବ ଯାହାଦ୍ୱାରା ରାଜ୍ୟ ଗୌରବନିତ୍ୱ ହେବ।

ଆଜିର ଏହି ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ, ହକି ଇଣ୍ଡିଆର ସଭାପତି ମ.ମୁସ୍ତାକ ଅହମଦ  ପ୍ରମୁଖ ଉପସ୍ଥିତ ଥିଲେ।
Share

Leave a Reply

Your email address will not be published. Required fields are marked *

two + sixteen =