ପୁଣି ବିବାଦରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ବିଶିଷ୍ଠ ଲେଖିକା ଈ. ଜିନ୍ କାରୋଲ ଏନେଇ ଅଭିଯୋଗ ଆଣିବା ସହ କୋର୍ଟରେ ମାନହାନୀ ମକୋଦମ ଦାଏର କରିଛନ୍ତି । ଏହି ମାମଲାରେ ରବିବାର ଟ୍ରମ୍ପ ନିଜ ସାକ୍ଷ୍ୟ ରଖିବାର ଶେଷ ସୁଯୋଗ ପାଇଥିଲେ, କୋର୍ଟ ଟ୍ରମ୍ପକୁ ରବିବାର ୫ଟା ପର୍ଯ୍ୟନ୍ତ ନିଜ ସାକ୍ଷ୍ୟ ଦାଖଲ କରିବାକୁ ସମୟ ଦେଇଥିଲେ । ହେଲେ ଟ୍ରମ୍ପ ସାକ୍ଷ୍ୟ ଦେବାକୁ ଯାଇନଥିଲେ । ଦୁଷ୍କର୍ମ ମାମଲା ନେଇ କୋର୍ଟରେ ଶୁଣାଣୀକୁ ୨ ସପ୍ତାହ ବିତିଥିଲେ ବି ଟ୍ରମ୍ପ ଥରେ ମାତ୍ର କୋର୍ଟରେ ପହଂଚିନାହାନ୍ତି । ତେବେ ନିକଟରେ ଏକ ଭିଡିଓ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରି ମିଛ ବୋଲି କହିଛନ୍ତି । ସେପଟେ ଜନମତ ସର୍ଭେର ଲୋକପ୍ରିୟତାରେ ବତର୍ମାନର ରାଷ୍ଟ୍ରପତି ଜୋ ବାଇଡେନକୁ ପଛରେ ପକାଇ ଆଗରେ ରହିଛନ୍ତି ଟ୍ରମ୍ପ । ଆମେରିକାରେ ଆସନ୍ତାବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜନମତ ସର୍ଭେ ଟ୍ରମ୍ପଙ୍କ ଠାରୁ ବାଇଡେନ ପଛରେ ରହିଛନ୍ତି । ବାଇଡେନଙ୍କ ଆପ୍ରୁଭାଲ ରେଟିଂ ବହୁତ କମ୍ ରହିଥିବା ବେଳେ ଟ୍ରମ୍ପଙ୍କ ପାଇଁ ଉତ୍ସାହଜନକ ସଙ୍କେତ ରହିଛି ।

Share

Leave a Reply

Your email address will not be published. Required fields are marked *

8 − two =