ଗଂଜାମରେ ମହାମିଶ୍ରଣ : ସିପିଆଇ, କଂଗ୍ରେସ, ବିଜେପି କ୍ୟାମ୍ପ ଛାଡି ଶଙ୍ଖ ଧରିଲେ ଶତାଧିକ

ଗଂଜାମ () ଗଂଜାମ ଜିଲ୍ଲାରେ ବିଜେଡିକୁ ପୁଣି ଥରେ ଭରସିଲେ ବିରୋଧୀ । 2019 ନିର୍ବାଚନକୁ ଆଉ ମାତ୍ର ମାସ କେଇଥିବା ଥିବା ବେଳେ କଂଗ୍ରେସ, ବିଜେପି ଓ ସିପିଆଇର ବହୁ ବରିଷ୍ଠ ନେତା ନିଜର ଶତାଧିକ ସମର୍ଥକଙ୍କ ସହ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ସାନଖେମୁଣ୍ଡିରେ ଆୟୋଜିତ ମହା ମିଶ୍ରଣ ପର୍ବରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇ ନେତା ଅନ୍ତର୍ଜାମୀ ସ୍ବାଇଁଙ୍କ ନେତୃତ୍ବରେ କଂଗ୍ରେସ, ବିଜେପି ଓ ବାମ ଦଳର 10ହଜାରରୁ ଉର୍ଦ୍ଧ୍ବ ସମର୍ଥକ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଧରିବା ପରେ ଅନ୍ତର୍ଜାମୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗତ କିଛି ବର୍ଷ ମଧ୍ୟରେ ଓଡିଶାରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି ।

ଆଗାମୀଦିନରେ ଏହା ଗଂଜାମ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି କରିବ । ଏପରିକି ଏହି ମହାମିଶ୍ରଣ ପ୍ରମାଣିତ କରୁଛି ଯେ, ବିରୋଧୀ ଦଳର ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତାଙ୍କ ଉପରେ ସେମାନଙ୍କ କର୍ମୀ ଆସ୍ଥା ହରେଇଲେଣି ।

Share

Leave a Reply

Your email address will not be published. Required fields are marked *

1 × four =