ବିବାହ ବନ୍ଧନରେ ରଣବୀର- ଦୀପିକା

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ବାଜିରାଓ ଓ ମସ୍ତାନୀ । ବି-ଟାଉନର ସୁପରହିଟ୍ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋଣ ଇଟାଲୀର ଲେକ କେମୋରେ ବିବାହ କରିଛନ୍ତି । ବୁଧବାର କୋଙ୍କଣୀ ରୀତିନୀତି ଅନୁଯାୟୀ ଦୀପବୀରଙ୍କ ବିବାହ ହୋଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଦୁଇ ଦିନ ଧରି ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତାକାଲି ସିନ୍ଧି ପରମ୍ପରା ଅନୁଯାୟୀ ପୁଣିଥରେ ବିବାହ କରିବେ ରଣବୀର ଓ ଦୀପିକା । ତେବେ ଏହି ହାଇପ୍ରୋଫାଇଲ ବିବାହ ଉତ୍ସବରେ ବଲିଉଡରୁ ମାତ୍ର ୩ ଜଣ ପହଞ୍ଚିଥିବା ସୂଚନା ମିଳିଛି । ଦୀପିକା ଶାହାରୁଖ ଖାନ ଓ ଫରାହ ଖାନଙ୍କୁ ନିମନ୍ତ୍ରଣ କରିଥିବା ବେଳେ ରଣବୀର ସିଂ କେବଳ ସଞ୍ଜୟ ଲୀଲା ବଂଶାଲୀଙ୍କୁ ନିମନ୍ତ୍ରଣ କରିଛନ୍ତି ।
ଏହି ବିବାହ ଉତ୍ସବରୁ ମିଡିଆକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖାଯାଇଛି । ଏପରିକି ଅତିଥି ମାନଙ୍କୁ ବିବାହ ଉତ୍ସବ ସ୍ଥଳକୁ ମୋବାଇଲ ଫୋନ ନେବାକୁ ମଧ୍ୟ ବାରଣ କରାଯାଇଛି । ମୋଟ ଉପରେ ଏହି ବିବାହ ଉତ୍ସବ ପାଇଁ ମାତ୍ର ୪୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଯେପରି ବିବାହ ଉତ୍ସବର କୌଣସି ଫଟୋ ଲିକ୍ ନ ହୁଏ ତାହା ପ୍ରତି ମଧ୍ୟ ଯଥେଷ୍ଟ ଦୃଷ୍ଟି ଦିଆଯାଇଛି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ , ବର ବେଶରେ ରଣବୀର କାର କିମ୍ବା ଘୋଡା ନୁହେଁ ବରଂ ନୂଆ ଅନ୍ଦାଜରେ ୱେଡିଂ ଭେନ୍ୟୁରେ ପହଞ୍ଚିବେ । ସି-ପ୍ଲେନରେ ୱେଡିଂ ଭେନ୍ୟୁରେ ରଣବୀର ଜବରଦସ୍ତ ଏଣ୍ଟ୍ରି ମାରିବେ ବୋଲି ଚର୍ଚ୍ଚା ହେଉଛି । ବିବାହ ଉତ୍ସବ ପରେ ୨୮ ନଭେମ୍ବରରେ ମୁମ୍ବାଇର ହୋଟେଲ ଗ୍ରାଣ୍ଡରେ ରିସ୍ପେସନ ପାର୍ଟି ଦିଆଯିବ । ସେହିଭଳି ୨୧ ନଭେମ୍ବର ହୋମଟାଉନ ବେଙ୍ଗାଲୁରରେ ମଧ୍ୟ ରିସେପସନ ପାର୍ଟି ଦେବେ ଦୀପିକାଙ୍କ ବାପା ଓ ମା’ ।

Share

Leave a Reply

Your email address will not be published. Required fields are marked *

14 − 5 =