ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର : ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥତା କାରଣରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଛି । ଏ ନେଇ ପିସିସି ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି। ଗତକାଲି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ପରେ ଶ୍ରୀ ପଟ୍ଟନାୟକ ଘରକୁ ଫେରିଥିଲେ । ରାତିରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ଘରୋଇ ଚିକିତ୍ସା ଚାଲିଥିବା ବେଳେ ସକାଳୁ ତାଙ୍କୁ ଏକ ଆପୋଲୋ ହସପିଟାଲରେ ଭର୍ତି କରାଯାଇଛି । ଏହା ଜଣାପଡିବା ପରେ କଂଗ୍ରେସ ନେତା ଓ ଶୁଭେଚ୍ଛୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍ପିଟାଲରେ ପହଁଚିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + 11 =