ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଲିପ୍ଟରେ ଫସିଲେ ୮ ଜଣ ଆଇନଜୀବୀ । ଏନେଇ ଜଣାପଡ଼ିବାର ୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଥିବା ଜଣାପଡ଼ିଛି । ଲିପ୍ଟ ଅଚଳ ହେବା ଯୋଗୁଁ ଏହି ଅଘଟଣ ଘଟିଥିବା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଲିପ୍ଟରେ ୮ ଜଣ ଆଇନଜୀବୀ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନଥିଲେ । ଟେକ୍ନିକାଲ ଇଂଜିନିୟର ଚାବି ନିଜ ପାଖରେ ରଖିଥିଲେ ମଧ୍ୟ ଖୋଲିବା ପାଇଁ ଉଦ୍ୟମ କରିନଥିଲେ । ପରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲିପ୍ଟରୁ ଆଇନଜୀବୀଙ୍କୁ ଉଦ୍ଧାର କରିଥିଲେ । ଆଇନଜୀବୀମାନେ ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହଁ ପୁରୀବାସୀଙ୍କ ପାଇଁ ଚାରିଦ୍ୱାର ଖୋଲିବା ଦାବି ନେଇ ଜିଲ୍ଲାପାଳଙ୍କ ସ୍ମାରକପତ୍ର ଦେବାକୁ ଆସିଥିଲେ । ଫେରିବା ସମୟରେ ଏଭଳି ଅଘଟଣ ଘଟିଥିଲା। ତେବେ ସମସ୍ତଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

twenty − 11 =