ଏଣିକି ବିମାନର ମଝି ସିଟ୍ ପାଇଁ ବୁକିଂ କରିପାରିବେ ଯାତ୍ରୀ

ନୂଆଦିଲ୍ଲୀ() ଏଣିକି ବିମାନର ମଝି ସିଟ୍ ପାଇଁ ବୁକିଂ କରିପାରିବେ ଯାତ୍ରୀ । ସୁପ୍ରିମକୋର୍ଟ ଦେଶର ବିମାନ ଉଡାଣ କମ୍ପାନୀଙ୍କୁ ଶୁକ୍ରବାର ଦିନ ଆଶ୍ୱସ୍ତିକର ଖବର ପ୍ରଦାନ କରିଛନ୍ତି । ବିମାନର ମଝି ସିଟ୍ ପାଇଁ ବୁକିଂ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ସଂଜୟ କିଶାନ କୌଲ ଓ ଜଷ୍ଟିସ୍ ବି.ଆର୍ ଗବଇଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏୟାର ଇଣ୍ଡିଆର ପାଲଲ ଦେବେନ୍ କନାନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

କରୋନା ମହାମାରୀ ସମୟରେ ବିମାନର ମଝି ସିଟ୍ରେ ବୁକିଂ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଣ୍ଣୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୩୧ ମେ ଘୋଷିତ ନିର୍ଦ୍ଦେଶକୁ ନେଇ ବିରୋଧ କରି ଏକ ମାମଲା ଦାୟର ହୋଇଥିଲା । ସୁପ୍ରିମକୋର୍ଟରେ ଏବେ ଅବକାଶ ଜାରି ରହିଛି । କିନ୍ତୁ ଏହି ସମୟରେ ମାମଲା ଦାୟର ହୋଇଥିଲା, ଏବଂ ସୁପ୍ରିମକୋର୍ଟଙ୍କ ଏହି ମାମଲାର ଶୁଣାଣି କରିଛନ୍ତି । ବିମାନର ମଝି ସିଟ୍ ବୁକିଂ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ।

Share

Leave a Reply

Your email address will not be published. Required fields are marked *

three × 4 =