ଯୋଗଗୁରୁଙ୍କ ବିରୋଧରେ ମାମଲା ରୁଜୁ

କରୋନା ଔଷଧ ପାଇଁ ବାବା ରାମଦେବଙ୍କ ସମେତ ଅନ୍ୟ ୪ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋରୋନିଲକୁ କରୋନା ଔଷଧ କହି ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ହୋଇଛି ।

ତେବେ କରୋନା ମହାମାରୀକୁ ମାତ୍ର ୭ ଦିନରେ ଭଲ କରି ଦେଉଥିବା ଔଷଧ ‘କୋରୋନିଲ’ର ଲଞ୍ଚ ପରଠାରୁ ହିଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯୋଗଗୁରୁ ବାବା ରାମଦେବ । ଏହା ପୂର୍ବରୁ ଆୟୁଷ ମନ୍ତ୍ରାଳୟ ଏହି ଔଷଧର ଦାବି ଓ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ମହାରାଷ୍ଟ୍ର ଓ ରାଜସ୍ଥାନ ସରକାର ଏହି ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । କେରୋନିଲକୁ କ୍ଲିନିକାଲ ଟ୍ରାଏଲ କରିଥିବା ଏନଆଇଏମଏସର ସଭାପତି ମଧ୍ୟ ଏହି ମାମଲାକୁ ରଦ୍ଦ କରିଛନ୍ତି । ଏଥିସହ ବାବା ରାମଦେବ ଓ ତାଙ୍କର ୪ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × 5 =