ଜାତୀୟ

ଆମ୍ ଆଦମୀ ପାର୍ଟିର ନେତାଙ୍କୁ ହତ୍ୟା

ପଞ୍ଜାବ ଫିରୋଜପୁର ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଜଣେ ନେତାଙ୍କୁ ହତ୍ୟା କରାଯାଇଛି । ମାମଡୋଟ ସହରରେ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ପରିଚୟ ଗୁରପ୍ରୀତ ସିଂହ ଓରଫ ଗୋପୀ ଭାବେ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ପୋଲିସ ଏହି ମାମଲାର ଅଧିକ ଯାଞ୍ଚ କରୁଛି ।

ଖବର ମୁତାବକ, ଆପ୍ ନେତା ଗୋପୀ ଅନ୍ୟ ଜଣେ ବ୍ୟକ୍ତି ହରପ୍ରୀତ ସିଂହ ଓରଫ ହ୍ୟାପିଙ୍କ ସହ ବାଇକରେ ଯାଉଥିଲେ । ଏହି ସମୟରେ କାରରେ ଆସିଥିବା ୪ ଜଣ ଦୁବୃର୍ତ୍ତ ସେମାନଙ୍କୁ ପିଛା କରି ଗୁଳି ଚଳାଇଥିଲେ । ଗୁରପ୍ରୀତ ସିଂହ ଗୁରୁତର ଆହତ ହୋଇଥିଲେ । ଘଟଣା ପରେ ତାଙ୍କୁ ତୁରନ୍ତ ଫିରୋଜପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ହରପ୍ରୀତଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବାରୁ ତାଙ୍କୁ ଲୁଧିଆନାର ଏକ ଘରୋଇ ହସ୍ପିଟାଲକୁ ରେଫର କରାଯାଇଛି ।

ଗୁଳିକାଣ୍ଡର ସୂଚନା ପାଇବା ପରେ ଫିରୋଜପୁର ଗ୍ରାମୀଣ ଡିଏସ୍ପି କରଣ କୁମାର ଶର୍ମା ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣା ପଛରେ ନିର୍ବାଚନୀ ଶତ୍ରୁତା ଥିବା ନେଇ ସନ୍ଦେହ କରାଯାଉଛି । ଆକ୍ରମଣକାରୀଙ୍କ ପରିଚୟ ସମ୍ପର୍କରେ କିଛି ସୁରାକ ମିଳିଛି । ସେମାନଙ୍କୁ ଧରିବା ପାଇଁ ପୋଲିସର ଏକାଧିକ ଟିମ୍ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ପୋଲିସ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି । ତେବେ ଘଟଣା ସହିତ ଜଡିତ ମୁଖ୍ୟ ଅଭିଯୁକ୍ତ ପୂର୍ବରରୁ ଅନେକ ଘଟଣା ସହିତ ଜଡିତ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 1 =