ବିଜେଡି ଅଫିସ ନିକଟରେ ପ୍ରାର୍ଥୀ ଖୋଜୁଛି ବିଜେପି

ଭୁବନେଶ୍ବର () ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗଜପତିରେ ଏକ ନିର୍ବାଚନୀ ରାଲିରେ ସରକାର ବଦଳାଇବାକୁ କରିଥିବା ଆହ୍ବାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ସରକାର ପରିବର୍ତ୍ତନ କରିବାକୁ ଆହ୍ବାନ ଦେଉଥିବା ଦଳ 2014ର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଏଯାଏଁ ଓଡିଶାକୁ କାହିଁକି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିନି ଏବଂ ରାଜ୍ୟର ବାରମ୍ବାର ଦାବି ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କାହିଁକି ବଢୁନି ସେ ଉପରେ ନିଜର ମତ ରଖିବା ଉଚିତ ଥିଲା ବୋଲି ଆକ୍ଷେପ କରିଛି ବିଜେଡି ।

ଏକ ପ୍ରେସ ଇସ୍ତାହାରରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଯେଉଁ ସମୟରେ ଶାହା ଗଜପତିରେ ବିଜେପିକୁ ସରକାରକୁ ଆଣିବାକୁ ପରିବର୍ତ୍ତନର ଆହ୍ବାନ ଦେଉଛନ୍ତି, ଠିକ ସେହି ସମୟରେ ଗଜପତି ଜିଲ୍ଲାର ଦୁଇଜଣ ଟାଣୁଆ ନେତା ବିଜେଡିରେ ଯୋଗ ଦେଇଛନ୍ତି । ଶାହା ନିଜ କର୍ମୀଙ୍କୁ ଉତ୍ସାହିତ କରିବାକୁ ଅନେକ ମିଛ କଥା କହିଥିବା ବେଳେ ରାଜ୍ୟ ସଂଗଠନର ପ୍ରକୃତ ସ୍ଥିତି ସଂପର୍କରେ ବୋଧହୁଏ ଅବଗତ ନାହାଁନ୍ତି । ରାଜ୍ୟ ବିଜେପିର ଜଣେ ବିଧାୟକ ପ୍ରାର୍ଥୀ ନିକଟରେ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଆହୁରି10ରୁ 15 ଜଳ ଦଳୀୟ ପ୍ରାର୍ଥୀ ବିଜେଡି ସହ ଯୋଗାଯୋଗରେ ଅଛନ୍ତି । କାରଣ ସେମାନଙ୍କ ଆଶଙ୍କା ସେମାନେ ବିଜେପିରେ ନିର୍ବାଚନ ଜିତିପାରିବେନି, କିନ୍ତୁ ବିଜେଡିରୁ ଲଢିଲେ ଜିତିବାର ସମ୍ଭାବନା ଅଧିକ ।

ରାଜ୍ୟ ବିଜେପିର ସବୁଠାରୁ ଚର୍ଚ୍ଚିତ ନେତା ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଉ ନାହାଁନ୍ତି । କାରଣ ତାଙ୍କର ଭୟ ସେ ନିର୍ବାଚନ ହାରିଯିବେ । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ବିଜେପି ପାଖରେ ନେତା ନାହାଁନ୍ତି । ତେଣୁ ସେମାନେ ବିଜେଡି କାର୍ଯ୍ୟାଳୟ ନିକଟରେ ନିଜର ପ୍ରାର୍ଥୀ ଖୋଜୁଛନ୍ତି ବୋଲି ସେ ଆକ୍ଷେପ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 4 =