ଶଶି ଓ ଦେବାଶିଷଙ୍କୁ ମିଳିଲାନି ଟିକେଟ

ରାଜେନ୍ଦ୍ର ସାହୁ ଓ ପ୍ରଶାନ୍ତ ଜଗଦେବଙ୍କ ଆସନ ପରିବର୍ତ୍ତନ

ଭୁବନେଶ୍ବର () ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ସାଧାରଣ ନିର୍ବାଚନ ପାଇଁ ଆଜି ପଂଚମ ଦଫାରେ ଗୋଟିଏ ଲୋକସଭା ଏବଂ 9ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କଟକ ଲୋକସଭା ଆସନରୁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରାଯାଇଛି । ସେ କଟକ ଲୋକସଭା ଆସନରୁ କ୍ରମାଗତ ଭାବେ 5 ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଏହି ଆସନରୁ ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ।

ସେପଟେ ବରୀର ବିଧାୟକ ଦେବାଶିଷ ନାୟକ ଏଥର ନିର୍ବାଚନ ଲଢିବାର ସୁଯୋଗ ହରେଇଛନ୍ତି । ତାଙ୍କ ବଦଳରେ ଦଳ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିଛି । ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆରୁ ପ୍ରାର୍ଥୀ କରାଯାଇଛି । ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯାଇଛି । ସେହିଭଳି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଏଥର ପ୍ରାର୍ଥୀ କରାନଯାଇ ତାଙ୍କ ସ୍ଥାନରେ ଜୟଦେବ ନିର୍ବାଚନମଣ୍ଡଳୀରୁ ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ଦଳ ପ୍ରାର୍ଥୀ କରିଛି । ଅରବିନ୍ଦ 2009ରେ ଜୟଦେବ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନିକଟରେ ଘରବାହୁଡା କରିଥିବା ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ଖୋର୍ଦ୍ଧାରୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପିରୁ ଆସି ବିଜେପିରେ ମିଶିଥିବା ରାଜକିଶୋର ଦାସଙ୍କୁ ମୋରଡାରୁ ପ୍ରାର୍ଥୀ କରାଯାଇଛି । ମୋରଡା ବିଧାୟକ ପ୍ରବୀଣଚନ୍ଦ୍ର ଭଂଜଦେଓ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେହିଭଳି ରାଇରଙ୍ଗପୁରରୁ ବାସନ୍ତି ମାରାଣ୍ଡି, ବସ୍ତାରୁ ନିତ୍ୟାନନ୍ଦ ସାହୁ ଏବଂ ଦେବଗଡରୁ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରାଯାଇଛି । ରାଇରଙ୍ଗପୁର ବିଧାୟକ ସାଇବ ସୁଶିଲ ହାଂସଦାଙ୍କୁ ଏଥର ଦଳ ପ୍ରାର୍ଥୀ କରିନି ।

Share

Leave a Reply

Your email address will not be published. Required fields are marked *

twelve + 11 =