ରୋଗୀଙ୍କୁ ରାସ୍ତାରୁ ଉଠାଇଲେ ଆଉ ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ

ବରଗଡ () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ର ସହ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ନେତାମାନଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ପରାମର୍ଶକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ପୁରା ଫଲୋ କରୁଛନ୍ତି । କେବେଳେ ନିଜ ବିଭାଗ ଅଧିନରେ ଆସୁଥିବା କେଉଁ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଉଛନ୍ତି ତ କେବେଳେ ରାସ୍ତାଘାଟରେ ଯେକେହି ନିରାଶ୍ରୟ ବା ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ନିଜେ ସହାୟତାର ହାତ ବଢାଉଛନ୍ତି ।

ଏଇମାତ୍ର ଦିନ କେଇଟା ପୂର୍ବେ ବେଗୁନିଆ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ନିଜେ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ । ଆଜି ମଧ୍ୟ ସେହିଭଳି ବରଗଡ ଆଇବିରୁ ଫେରିଲାବେଳେ ଡୁମ୍ବେରପାଲ୍ଲୀ ଗାଁର ଜଣେ ପକ୍ଷାଘାତ ରୋଗୀ ରାସ୍ତାକଡରେ ସହୟତା ଲୋଡୁଥିବା ଦେଖିବାକୁ ପାଇଥିଲେ । ତତକ୍ଷଣାତ ସୁଶାନ୍ତ ତାଙ୍କୁ ଚିକିତ୍ସା ପାଇଁ ବୁଲ୍ଲା ପଠାଇଛନ୍ତି । ସେ ନିଜେ ସେହି ରୋଗୀ ସହ ଆହାର କେନ୍ଦ୍ରକୁ ଯାଇ ସେଠାରେ ଭୋଜନ ମଧ୍ୟ କରିଥିବାର ଦେଖିବାକୁ ମିଳିଛି ।

ଡାକ୍ତରଖାନା ପରିସରରେ ଥିବା ଉକ୍ତ ଆହାର କେନ୍ଦ୍ରରେ ଖାଦ୍ୟର ମାନ ଜାଂଚ କରିବା ସହ ଲୋକେ ବିନା କୌଣସି ଅସୁବିଧାରେ ଖାଇବାକୁ ପାଉଛନ୍ତି କି ନାହିଁ ତାହା ପଚାରି ବୁଝିଥିଲେ । ଜଣେ ସାଧାରଣ ଲୋକଙ୍କ ଭଳି ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟକୁ ମନ୍ତ୍ରୀ ଗ୍ରହଣ କରିଥିଲେ । ସେ ସମୟରେ ସୁଶାନ୍ତ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଖାଦ୍ୟର ମାନ ଓ ସେବା ଉପରେ ମଧ୍ୟ ଆଲୋଚନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × five =