ସ୍ବାଭିମାନର ଲଢେଇରେ ପ୍ରଣବଙ୍କ କବଚ ଯାଜପୁରବାସୀଙ୍କ ଆଶୀର୍ବାଦ

ଯାଜପୁର () ଆଉ ମାତ୍ର କେଇ ଘଣ୍ଟା । ସରିଯିବ ପ୍ରଚାର । ତାପରେ ଭୋଟରଙ୍କ ପାଳି । କାହାକୁ ଆପଣେଇବେ, କାହାକୁ ପର କରିବେ । ଅର୍ଥାତ ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରିବ ପ୍ରଚାର । ତେଣୁ ପ୍ରଚାରର ଏଇ ଶେଷ କେଇ ଘଣ୍ଟା ସବୁ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି । ଏହି କ୍ରମରେ ଯାଜପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ବି ନିଜ ଅଂଚଳରେ ଚଳାଇଛନ୍ତି ପ୍ରଚାର । ବିଜେଡିର ଏହି ନିଆରା ନେତାଙ୍କ ପ୍ରଚାର ବି ନିଆରା । ସେ ଘର ଘର ବୁଲି ଭୋଟ ଭିକ୍ଷା କରୁନାହାଁନ୍ତି, ବରଂ ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ଓ ସମବୟଷ୍କ ଓ ସାନମାନଙ୍କ ଠାରୁ ସ୍ନେହ ମାଗୁଛନ୍ତି ।

ବିଗତ ନିର୍ବାଚନ ଭଳି ଚଳିତ ନିର୍ବାଚନ ବି ତାଙ୍କ ପାଇଁ ଭୋଟ ମାଗିବାର ସୁଯୋଗ ଦେଇନି, ବରଂ ବୟଷ୍କ ଓ ଗୁରୁଜନଙ୍କ ଆଶୀର୍ବାଦ କାମନା କରିବାକୁ ସୁଯୋଗ ଆଣିଛି । ଆଜି ଯାଜପୁର ମୁନିସିପାଲଟି ଅଂଚଳରେ ବୁଲି ବୁଲି ସେ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି । ତାଙ୍କ ଭାଷାରେ ଭୋଟ ସେଇମାନେ ମାଗନ୍ତି ଯେଉଁମାନେ ନିଜକୁ ନିଜ ନିର୍ବାଚନମଣ୍ଡଳୀ ଠାରୁ ଭିନ୍ନେ ବୋଲି ଭାବନ୍ତି । ଯାଜପୁର ନିର୍ବାଚନମଣ୍ଡଳୀର ପ୍ରତ୍ୟେକଟି ବ୍ୟକ୍ତି ହେଉଛନ୍ତି ପ୍ରଣବ ପ୍ରକାଶ ଦାସ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ପ୍ରକ୍ରିୟାରେ ଜିଲ୍ଲାର ପ୍ରତ୍ୟେକଟି ବ୍ୟକ୍ତି, ଯୁବକ, ମହିଳା ସମସ୍ତେ ସାମିଲ ହୋଇଛନ୍ତି ।

ତାଙ୍କ ମତରେ ଏହି ନିର୍ବାଚନ ଜିତିବାକୁ ଲଢାଯାଉନି । ଏଠି ବିକାଶ ସହ ମିଛ ପ୍ରତିଶ୍ରୁତିର ଲଢେଇ ଚାଲିଛି । କାରଣ ନିର୍ବାଚନ ସମୟରେ ଯାଜପୁରକୁ ବହୁ ବିଦେଶୀ ପକ୍ଷୀ ଉଡି ଉଡି ଆସନ୍ତି ଆଉ ବୋବାଳି ଛାଡି ଉଡିଯାଆନ୍ତି । ସେ କିନ୍ତୁ ଲୋକଙ୍କ ସହ ଅଛନ୍ତି, ସେମାନଙ୍କ ସୁଖ ଦୁଃଖର ସାଥି ହୋଇଛନ୍ତି । ଆଉ ଯାଜପୁରବାସୀ ବିକାଶ ଓ ସାମାଜିକ ସୁରକ୍ଷାର ସୁଫଳ ପାଇଛନ୍ତି । ତେଣୁ ଏ ନିର୍ବାଚନ ବିଜୟ ପାଇଁ ନୁହେଁ ବ୍ୟବଧାନ ପାଇଁ ଲଢାଯାଉଛି । କାରଣ ଏଠି ଯାଜପୁରବାସୀ ସ୍ବାଭିମାନର ଲଢେଇ ଲଢୁଛନ୍ତି । ଗତ ନିର୍ବାଚନ ପରି ଏଥର ମଧ୍ୟ ଯାଜପୁରର ସମସ୍ତ 7ଟି ବିଧାନସଭା ଓ ଲୋକସଭାରେ ବିଜେଡିର ବିଜୟ ବାନା ଉଡାଇବାକୁ ଯାଜପୁରବାସୀ ଆକୁଣ୍ଠ ଚିତରେ ଆଶୀର୍ବାଦ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 3 =