‘ନବୀନମୟ’ ହେଲା କେନ୍ଦ୍ରାପଡ଼ା, ସାମିଲ ହେଲେ ଶତାଧିକ ମହିଳା

କେନ୍ଦ୍ରାପଡା (): ଜାତୀୟ ରାଜନୀତିରେ ଯେତେବେଳେ ସାରା ଦେଶରେ କଂଗ୍ରେସର ପ୍ରବଳ ପ୍ରଭାବ ରହିଥିଲା ସେତେବେଳେ କେନ୍ଦ୍ରାପଡ଼ାବାସୀ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କୁ କ୍ରମାଗତ ଭାବେ ଜିତାଇ ଅଣକଂଗ୍ରେସ ଗଡର ବାନା ଉଡାଇଥିଲା । ସେହିଦିନରୁ କେନ୍ଦ୍ରାପଡା ପ୍ରତି ବିଜୁ ବାବୁଙ୍କ ସ୍ୱତନ୍ତ୍ର ଭାବାବେଗ ରହିଥିଲା । ବିଜୁ ବାବୁଙ୍କ ପ୍ରତି କେନ୍ଦ୍ରପଡାବାସୀଙ୍କ ରହିଥିବା ସମ୍ପର୍କ ଆଜିବି ଅତୁଟ ରହିଛି । ବିଜୁଙ୍କ ସୁପୁତ୍ର ଭାବେ ନବୀନ ପଟନାୟକଙ୍କ ପ୍ରତି ଥିବା ସେହି ଭାବାବେଗ ଓ ସ୍ନେହ ଆଜି ମଧ୍ୟ ପ୍ରତିଫଳିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡାକୁ ନିର୍ବାଚନ ପ୍ରଚାରରେ ଆସି ପ୍ରଥମେ ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ରୋଡସୋ ମାଧ୍ୟମରେ ବିଜୁଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଜନସାଧାରଣକୁ ନିବେଦନ ଦେଇଥିଲେ । ଏହାପରେ ମାର୍ଶାଘାଇ ଦେଇ ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର, କୋରୁଆ ପ୍ରଭୃତି ଅଞ୍ଚଳଦେଇ ଚାନ୍ଦୋଳ ନିକଟରେ ପହଁଚିବା ପରେ ସେଠାରୁ ଡେରାବିଶ ଦେଇ କେନ୍ଦ୍ରାପଡା କଲେଜ ଛକ ନିକଟରେ ତିନିମୁହାଣୀ ଛକରେ ପହଁଚିବାପରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରାପଡାବାସୀଙ୍କ ପକ୍ଷରୁ ଉଚ୍ଛୋସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରବଳ ଖରା ଗରମ ସତ୍ତ୍ୱେ ରାସ୍ତାର ଦୁଇ ପାଶ୍ୱର୍ରେ ହଜାର ହଜାର ମହିଳା ଛିଡା ହୋଇ ନବୀନଙ୍କୁ ସ୍ୱାଗତ କରିଥିଲେ ।

କେନ୍ଦ୍ରାପଡା ବିଜୁ ବାବୁଙ୍କ କର୍ମଭୂମି ଥିଲା । ରାଜ୍ୟର ସାଢେ ଚାରି କୋଟି ଓଡିଆ ପରିବାରର ଅଂଶ ବିଶେଷ କେନ୍ଦ୍ରାପଡାବାସୀଙ୍କ ପ୍ରତି ବିଜୁ ବାବୁଙ୍କ ସ୍ୱତନ୍ତ୍ର ଭାବାବେଗ ରହିଥିଲା । ଏହି ନିର୍ବାଚନମଣ୍ଡଳୀ ପାଇଁ ଅନ୍ୟଦଳରୁ ପ୍ରାର୍ଥୀ ହୋଇଥିବା ନେତାମାନେ କେନ୍ଦ୍ରାପଡାର ବିକାଶ ପାଇଁ କିଛି ବି କରିନାହାଁନ୍ତି । ଯାହା କିଛି ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ତାହା ବିଜେଡି ସରକାର ଦ୍ୱାରା ହିଁଁ ସମ୍ଭବ ହୋଇଛି ବୋଲି ନବୀନ କହିଛନ୍ତି ।

ତିନିମୁହାଣୀ ଠାରୁ ବସ୍ରେ ଏକ ବିରାଟ ଶୋଭାଯାତ୍ରରେ ବାହାରି ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ବିଜୁଜନତା ଦଳର ବିଧାୟକ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରି ସନ୍ଧ୍ୟାରେ ଇଚ୍ଛାପୁର ଠାରେ ପହଁଚିଥିଲେ । କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ମୁଖ୍ୟମନ୍ତ୍ରୀ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିବାପରେ ରଥଦାଣ୍ଡରେ ସମବେତ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳାମାନଙ୍କୁ ବିଜୁଜନତା ଦଳର ବିଧାୟକ ପ୍ରାର୍ଥୀ ଶଶୀଭୁଷଣ ବେହେରା ଓ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଶଙ୍ଖ ଚିହ୍ନରେ ଦୁଇ ଥର ବଟନ ଚିପି ଭୋଟ ଦେବାକୁ ଅନୁରୋଧ କରିଥିଲେ ।

ଏହି ଶୋଭାଯାତ୍ରାରେ ଦଳୀୟ ପର୍ଯ୍ୟବେକ୍ଷକ ତଥା କଣ୍ଟାବାଞ୍ଝି ବିଧାୟକ ମହମ୍ମଦ ଆୟୁବ ଖାଁ, କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବିଧାୟିକା ଡଃ ସିପ୍ରା ମଲ୍ଲିକ୍, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ମାନସ ପରିଡା, ବ୍ଲକ୍ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ରାଜ୍ୟ ବିଜେଡି ସଂଖ୍ୟା ଲଘୁସେଲ୍ ସମ୍ପାଦକ ସେକ୍ ଅବଦୁଲା, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ, ମହେନ୍ଦ୍ର ମିଶ୍ର, ସରୋଜ କାନ୍ତ ସାହୁ, ଲୋହିତ ମହାନ୍ତି, ଦୁଷ୍ମତ ମଲିକ, ରଂଜିତ୍ ସାହୁ, ସେକ୍ ଚନ୍ଦନ, ସକ୍ ମତୁ, ସେକ୍ ରହେମତ୍, ହିରଣ୍ୟ ପଣ୍ଡା, ଦୁର୍ଗା ପ୍ରସାଦ ପତି, ଶକ୍ତିକାନ୍ତ ପାତ୍ର, ସଂଜୟ କୁମାର ଜେନା, ଧିରେନ୍ଦ୍ର ଦାସ, ଧିରେନ ସାହୁ, ଦେବଦାସ ମହାନ୍ତି, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

5 × three =