ନେତାଙ୍କ ଉପରେ କ୍ଷୁବ୍ଧ ଦିଲ୍ଲୀପ ଦେବେ ଇସ୍ତଫା

ଭୁବନେଶ୍ୱର () ଦଳର ସର୍ବୋଚ୍ଚ ନେତାଙ୍କ ଉପରେ କ୍ଷୁବ୍ଧ ହୋଇ ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେବେ । ଯଦି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଏବଂ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ଶୀଳାନ୍ୟାଶ କରିବା ପରେ କାର୍ଯ୍ୟ ହଉନି ତେବେ ବିଧାୟକ ପଦରେ ରହି ଲାଭ କଣ । ଏହା ବିଚାରି ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି ।

ରାଉରକେଲାର ବ୍ରାହ୍ମଣୀ ବ୍ରିଜ଼କୁ ନେଇ ଦିଲ୍ଲୀପ ରାୟ ବାରମ୍ବାର ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । କେବଳ ବ୍ରାହ୍ମଣୀର ଦ୍ୱିତୀୟ ସେତୁ ନୁହେଁ ରାଉରକେଲାର ଆଇ.ଜି.ଏଚ ହସ୍ପିଟାଲକୁ ସୁପର ସ୍ପେସିଆଲିଟି ହସ୍ପିଟାଲ କରିବା ନେଇ ପ୍ରଧାନମନ୍ତ୍ରୀ ପତିଶ୍ରୁତି ଦେଇଥିଲେ ମଧ୍ୟ ଏହା ପୁରାଣ ହୋଇପାରିନଥିବାରୁ ନିଜର ସମ୍ମାନ ଦୃଷ୍ଟିରୁ ଦିଲ୍ଲୀପ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚା ହେଉଛି ।

ଏନେଇ ବାରମ୍ବାର ଦିଲ୍ଲୀପ ଚିଠି ଲେଖି ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଦିଲୀପଙ୍କ କଥାକୁ ସେତେଟା ଗୁରୁତ୍ୱ ଦିଆଯାଇନଥିଲା । ଏମିତିବି ଦିଲ୍ଲୀପ ବିଜେପିରେ କୋଣଠେସା ହୋଇ ରହିଛନ୍ତି । ବିଜେପିର କୌଣସି କାର୍ଯ୍ୟକ୍ରମରେ ଦିଲ୍ଲୀପ ନିଜକୁ ସାମିଲ ମଧ୍ୟ କରୁନାହାନ୍ତି । ବିଜେପି ନେତାଙ୍କ ପାଇଁ ଦିଲ୍ଲୀପ ଯେମିତି ଅଦରକାରୀ ହୋଇଯାଇଛନ୍ତି । ଯେଉଁଥିପାଇଁ ଆସନ୍ତା ୨୭ କିମ୍ବା ୨୮ ତାରିଖରେ ବିଜେପିରୁ ସେ ଇସ୍ତଫା ଦେବେ ବୋଲି ଦିଲ୍ଲୀପଙ୍କ ଅତି ଘନିଷ୍ଠ ମହଲରୁ ଚର୍ଚା ହେଉଛି ।

ଏଥିସହ ବିଜୁଙ୍କର ଅତି ଘନିଷ୍ଠ ଦିଲ୍ଲୀପ ରାୟଙ୍କୁ ବିଜେଡ଼ରେ ସାମିଲ କରି ବିଜେଡି ତାଙ୍କୁ ଘର ବାହୁଡା କରିବେ ବୋଲି ଚର୍ଚା ହେଉଛି । ତେଣୁ ଖୁବଶୀଘ୍ର ଦିଲ୍ଲୀପ ବିଧାୟକ ଓ ବିଜେପି ଛାଡ଼ିବେ ବୋଲି ଜଣାପଡିଛି । ତେବେ ଏନେଇ ଦିଲ୍ଲୀପ ରାୟ କି ତାଙ୍କ ଅଫିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଜଣାପଡିନାହିଁ ।

Share

Leave a Reply

Your email address will not be published. Required fields are marked *

1 × four =