ତମେ ବିଜେଡି, ତେଣୁ ମାଡ଼ ଖାଅ …

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପାଇଁ ପାଗଳ ଜଣେ ସାଧାରଣ ବ୍ୟକ୍ତିଙ୍କୁ ଆଜି ବିଜେପିର ଉଦ୍ଧତ କର୍ମୀମାନେ ନିସ୍ତୁକ ମାଡ଼ ମାରିଛନ୍ତି । ନବୀନଙ୍କ ବ୍ୟକ୍ତିତ୍ୱରେ ପାଗଳ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆମେ ପୂର୍ବରୁ ଖବର ପ୍ରକାଶ କରିଥିଲୁ ।

ଏହି ବ୍ୟକ୍ତି ହେଉଛନ୍ତି ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ଖଗେଶ୍ୱର । ସେ ନବୀନଙ୍କ ଯୋଜନା ଓ ବ୍ୟକ୍ତିତ୍ୱରେ ଏତେ ପ୍ରଭାବିତ ହୋଇଛନ୍ତି ଯେ ସେ ବାହା ହବାକୁ ମନା କରିଦେଇଛନ୍ତି । ଏକା ନିଶା ନବୀନଙ୍କ ସହ ଗୋଟେ ସେଲ୍ଫି ।

ଏହି ନିଶାରେ ସେ ଆଜି ଖୋର୍ଦ୍ଧରେ ପହଁଚିଥିଲେ । ପ୍ରଧାନମନ୍ତ୍ରୀଙ୍କ ସ୍ୱାଭିମାନ ସମାବେଶକୁ ନବୀନ ଆସିବେ ଭାବି ସେ ସେଠାରେ ପହଞ୍ଚିଥିଲେ । ହେଲେ ବିଜେପି ନେତା ଓ କର୍ମୀ ମାଳ ଭିତରେ ବିଜେଡି ଯେ ଅସ୍ପୃଶ୍ୟ ଏକଥା ସେ ବା କେମିତି ଜାଣିବେ । ତାଙ୍କର ବିଜେଡି ପତାକା ଗୁଡା ଓ ମୁଣ୍ଡରେ ନବୀନ ପ୍ରେମର ବାର୍ତ୍ତା ସାଙ୍ଗକୁ ନବୀନ ଜଣାଣ ଶୁଣି ବିଜେପି କର୍ମୀଙ୍କ ରାଗ ପଂଚମକୁ ଉଠିଗଲା । ବିଚରା ଖଗେଶ୍ୱରକୁ ନିସ୍ତୁକ ମାଡ଼ ମାରିଲେ । କଚାଡି ଫୋପାଡ଼ି ମାଡ଼ ଦେଲେ ।

ତା ଦେହରେ ଗୁଡା ହୋଇଥିବା ବିଜେଡି ପୋଷାକକୁ ଚିରି ଫୋପାଡ଼ି ଦେଲେ । ପରେ ଅବଶ୍ୟ ପୋଲିସ ଖଗେଶ୍ୱରକୁ ଉଦ୍ଧାର କରିଥିଲେ ।

Share

Leave a Reply

Your email address will not be published. Required fields are marked *

17 + ten =