ଲୋକସଭାରେ ପିନାକୀ, ବିଧାନସଭାରେ ବବି ବିତ୍ତଶାଳୀ

ଭୁବନେଶ୍ୱର (): ଆସନ୍ତା ଲୋକସଭା ଓ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ମାନଙ୍କର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ଏ ସମ୍ପର୍କରେ ସୂଚନା ଦେଇ ଏଡିଆର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ପୁରୀ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡ଼ିର ପ୍ରାର୍ଥୀ ପିନାକୀ ମିଶ୍ରଙ୍କର ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୧୧୭ କୋଟିରୁ ଉର୍ଦ୍ଧ୍ଵ । ଏଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୭୯ କୋଟି ୮୭ ଲକ୍ଷ ୧୦ହଜାର ୫୫୧ ଟଙ୍କା ହୋଇଥିଲା ବେଳେ ସ୍ଥାବର ସମ୍ପତିର ମୂଲ୍ୟ ୨୭ କୋଟି ୫୯ ଲକ୍ଷ ୯୦ ହଜାର ୭୯୩ ଟଙ୍କାର ସମ୍ପତି ରହିଛି । ସେ ହେଉଛନ୍ତି ଲୋକସଭା ପ୍ରାର୍ଥୀ ମାନଙ୍କ ମଧ୍ୟରେ ସବୁଠାରୁ ଧନୀ ବ୍ୟକ୍ତି ।

ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବଙ୍କର ସମୁଦାୟ ସମ୍ପତିର ମୂଲ୍ୟ ୨୬ କୋଟିରୁ ଅଧିକ ହୋଇଥିଲା ବେଳେ ସେଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୬୫ ଲକ୍ଷ ୬୩ ହଜାର ୫୮୭ ଟଙ୍କା ଏବଂ ସ୍ଥାବର ସମ୍ପତିର ମୂଲ୍ୟ ୨୬ କୋଟି ୩୦ ଲକ୍ଷ ଟଙ୍କାର ସମ୍ପତି ଅଛି । ସେହିପରି ଢ଼େଙ୍କାନାଳ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ରାଜା କାମାକ୍ଷା ପ୍ରସାଦ ସିଂ ଦେଓଙ୍କର ସମୁଦାୟ ସମ୍ପତିର ମୂଲ୍ୟ ୧୫ କୋଟି ୪୧ ଲକ୍ଷ ୨୪୦ ଟଙ୍କା ହୋଇଥିଲା ବେଳେ ସେଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୨ କୋଟି ୧୯ ଲକ୍ଷ ୩୪ ହଜାର ୨୪୦ ଟଙ୍କା ଏବଂ ସ୍ଥାବର ସମ୍ପତିର ମୂଲ୍ୟ ୧୩ କୋଟି ୨୧ ଲକ୍ଷ ୬୬ ହଜାର ଟଙ୍କା ଆକଳନ କରାଯାଇଛି । ଅପରପକ୍ଷରେ ପୁରୀ ଲୋକସଭାରୁ ପ୍ରତିଦ୍ୱନ୍ଦିତା କରୁଥିବା ସିପିଆଇ (ଏମଏଲ) ରେଡ଼ ଷ୍ଟାର ର ପ୍ରାର୍ଥୀ ରଂଜନ କୁମାର ମିଶ୍ରଙ୍କର ସମ୍ପତିର ମୂଲ୍ୟ ୧ ହଜାର ଟଙ୍କା ଥିଲା ବେଳେ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଏସୟୁସିଆଇ (ସି)ର ପ୍ରାର୍ଥୀ ନବ କିଶୋର ପ୍ରଧାନଙ୍କ ଉଭୟ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୪ ହଜାର ଟଙ୍କା । ଏବଂ  ଭୁବନେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା  ସିପିଆଇ (ଏମଏଲ) ରେଡ଼ ଷ୍ଟାର ପ୍ରାର୍ଥିନୀ ପ୍ରମିଳା ବେହେରାଙ୍କ ସମ୍ପତିର ମୂଲୟ ୪୭ ହଜାର ଟଙ୍କା । ତୃତୀୟ ପର୍ଯ୍ୟାୟରେ ବିଭିନ୍ନ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡ଼ିର ୬ ଜଣ ପ୍ରାର୍ଥୀ ଥିଲା ବେଳେ ବିଜେପିର ୬ ଜଣ, ବିଏସପିର ୬ ଜଣ ଏବଂ କଂଗ୍ରେସର ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ବିଜେଡ଼ି ପ୍ରାର୍ଥୀମାନଙ୍କ ହାରାହାରୀ ସମ୍ପତିର ମୂଲ୍ୟ ଥିଲା ବେଳେ ବିଜେପି ପ୍ରାର୍ଥୀ ମାନଙ୍କର ସମ୍ପତିର ମୂଲ୍ୟ ହାରାହାରି ୬ କୋଟି ୮୪ ଲକ୍ଷ ୪୪ ହଜାର ୫୬୯ ଏବଂ ବିଏସପି ପ୍ରାର୍ଥୀ ମାନଙ୍କର ହାରାହାରି ୯ ଲକ୍ଷ ୫୪ ହଜାର ୮୩୪, କଂଗ୍ରେସ ପ୍ରାର୍ଥୀ ମାନଙ୍କର ହାରାହାରି ସମ୍ପତିର ମୂଲ୍ୟ ୪ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା । ଅନ୍ୟ ପକ୍ଷରେ  ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା ପ୍ରାର୍ଥୀ ମାନଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତିଙ୍କର ସମ୍ପତିର ମୂଲ୍ୟ ସର୍ବାଧିକ ବୋଲି ଏଡିଆର ପକ୍ଷରୁ କୁହାଯାଇଛି । ବଡମ୍ବା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଥିବା ବବି ମହାନ୍ତି ସମ୍ପତିର ମୂଲ୍ୟ ସର୍ବାଧିକ ୧୦୬ କୋଟି ୨୭ ଲକ୍ଷ ୬୬ ହଜାର ୯୪ ଟଙ୍କା ରହିଛି । ସେଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୩୫ କୋଟି ୨୬ ଲକ୍ଷ ୬ ହଜାର ୯୪ ଟଙ୍କା ଥିଲା ବେଳେ ସ୍ଥାବର ସମ୍ପତିର ମୂଲ୍ୟ ୭୧ କୋଟି ୬ ଲକ୍ଷ ୬୦ ହଜାର ଟଙ୍କା । ସେହିପରି କେନ୍ଦୁଝର ଜିଲ୍ଲାର ଘଷିପୁରା ନିର୍ବାଚନ ମଣ୍ଡଳୀରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କର ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୬୦ କୋଟି ୭୪ ଲକ୍ଷ ୭୭ ହଜାର ଟଙ୍କା ହୋଇଥିଲା ବେଳେ ସେଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୧୮ କୋଟି ୩୬ ଲକ୍ଷ ୮୬ ହଜାର ଟଙ୍କା ଏବଂ ସ୍ଥାବର ସମ୍ପତିର ମୂଲ୍ୟ ୪୧ କୋଟି ୯୭ଲକ୍ଷ ୯୧ ହଜାର ଟଙ୍କା ରହିଛି । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଥିବା ସ୍ୱାଧିନ ପ୍ରାର୍ଥୀ ସୀମନ୍ତ କୁମାର ତ୍ରିପାଠୀଙ୍କ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୪୬ କୋଟି ଟଙ୍କା ଥିଲା ବେଳେ ସେଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୨୫ କୋଟି ୬୧ ଲକ୍ଷ ୭୯ ହଜାର ୭୦୬ ଟଙ୍କା  ଏବଂ ଅସ୍ଥାବର ସମ୍ପତିର ମୂଲ୍ୟ ୨୦ କୋଟି ୭୬ ଲକ୍ଷ ୮୨ ହଜାର ୬୦୯ ଟଙ୍କା ।

ତୃତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ୩୫୪ ବିଧାୟକ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − fifteen =