କର୍ମକ୍ଷେତ୍ରକୁ ଫେରିଲେ ଅଭିନନ୍ଦନ

ନୂଆଦିଲ୍ଲୀ : ପାକିସ୍ତାନର ଏଫ୍‌-୧୬କୁ ଧ୍ୱଂସ କରି ଜାତୀୟ ‘ହିରୋ’ ବନି ଯାଇଥିବା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ତାଙ୍କୁ ପଶ୍ଚିମ ସେକ୍ଟରର ଏକ ଏୟାର୍‌ ବେସ୍‌କୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ସେ ଶ୍ରୀନଗର ଏୟାରବେସ୍‌ରେ ଥିଲେ । ଏବେ ସେ ପୁଣି ଯୁଦ୍ଧ ବିମାନ ଉଡ଼ାଇବାକୁ ପ୍ରସ୍ତୁତ ବୋଲି ଜଣାପଡ଼ିଛି ।
ଏଫ୍‌-୧୬କୁ ଧ୍ୱଂସ କରିବା ପରେ ଅଭିନନ୍ଦନ ପାକିସ୍ତାନ ସେନା ହାତରେ ଧରାପଡ଼ି ସେଠାରେ ୬୦ ଘଣ୍ଟା କଟାଇଥିଲେ । ସେଠାରୁ ଫେରିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷଣ କରାଯାଇଥିଲା । ତାଙ୍କ ପିଠି ଓ ମେରୁଦଣ୍ଡରେ ଆଘାତ ଲାଗିଥିଲା । ଚିକିତ୍ସାଧୀନ ରହିବା ପରେ ସେ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଶାରୀରିକ ସୁସ୍ଥତା ବ୍ୟତୀତ ସେ ମାନସିକ ଭାବେ କେତେ ସୁସ୍ଥ ଏବଂ ନିଜେ ବିମାନ ଉଡ଼ାଇବାକୁ ଆଗ୍ରହୀ ନା ନାହିଁ ଏସବୁ କଥା ମଧ୍ୟ ବାୟୁସେନାରେ ଦେଖା ଯାଇଥାଏ । ସେହି ଅନୁସାରେ ଅଭିନନ୍ଦନଙ୍କର ପରୀକ୍ଷା କରାଯିବ ଏବଂ ଏହାପରେ ଯାଇ ତାଙ୍କୁ ପୁଣି ଯୁଦ୍ଧ ବିମାନ ଉଡ଼ାଇବାକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

14 − twelve =