ସ୍ୱର୍ଗକୁ ନିଶୁଣୀ ନାହିଁ, ଧର୍ମେନ୍ଦ୍ରଙ୍କୁ ଉତ୍ତର ନାହିଁ

ଭୁବନେଶ୍ୱର () ଧର୍ମେଦ୍ର ପ୍ରଧାନ ବଡ଼ ମନ୍ତ୍ରୀ। ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ। ଦେଶରେ 72 ପ୍ରତିଶତରୁ ଖସି 40ରେ ବିଜେପି। ସେ କଥା ଚିନ୍ତା କରନ୍ତୁ। ଭାରତ ଧର୍ମନିରପେକ୍ଷ ଦେଶ। ଏଠି ଆଇନ କାନୁନ ଅଛି। ତାକୁ ସମ୍ମାନ ଦେବା କଥା। ସବୁ ଧର୍ମକୁ ଅଧିକାର ମିଳିବା କଥା। ବିଜେପି ପୁଣି ଥରେ ଯେଉଁ ଦେଶ ବିଭାଜନ କରିବାକୁ ଚାହୁଁଛି, ସେଥିରେ ସଫଳ ହେବନି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟନାୟକ ।

ପାକିସ୍ତାନ ଓ ବଙ୍ଗଳାଦେଶ କଥା କହୁଛନ୍ତି ତ ଠିକ। ସେଠାରେ ସଂଖ୍ୟାଲଘୁ ଅତ୍ୟାଚାର ହେବାର ବହୁତ ଦୃଷ୍ଟାନ୍ତ ଅଛି। ହେଲେ ଆଫଗାନିସ୍ତାନ ଓ ଅନ୍ୟ ଦେଶ କେଉଁଆଡ଼ୁ ଆସିଲା। ନିଜର ପ୍ରଚାର ପାଇଁ ଶସ୍ତା ରାଜନୀତି କରୁଛି ବିଜେପି। ଦେଶକୁ ବର୍ତ୍ତମାନ କି ସ୍ଥିତିକୁ ପହଞ୍ଚାଇଲେଣି? NRC ଲାଗୁ ହେବନି କହୁଛନ୍ତି ଯଦି, କେଉଁଠି ସେମାନେ କହୁଛନ୍ତି ଲାଗୁ ହେବ ତ କେଉଁଠି ମୁଖ୍ୟମନ୍ତ୍ରୀମାନେ ବି କହୁଛନ୍ତି। ବିଜେପି କେବଳ କଂଗ୍ରେସ ବିରୋଧରେ ଅଭିଯୋସ କରିବ। ବିଜେପି ଆଉ ଥରେ ଦେଶକୁ ଖଣ୍ଡ ଖଣ୍ଡ କରିବାର ଯୋଜନାରେ କେବେ ସଫଳ ହେବନି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 5 =