କଂଗ୍ରେସ ଅସହିଷ୍ଣୁ ହୋଇ ରାଜନୀତି କରୁଛି : ଧର୍ମେନ୍ଦ୍ର

ଭୁବନେଶ୍ୱର () ଏନଆରସି ବିବାଦରେ କଂଗ୍ରେସ ୟୁ ଟ୍ରର୍ଣ୍ଣ ନେଇଛି । ଏହା ସମଗ୍ର ଦେଶରେ ନୁହେଁ, କେବଳ ଆସାମରେ ଲାଗୁ ହେବ । ସିଏଏ ମୋଦିଙ୍କ ସାହସିକ ପଦକ୍ଷେପ। 1947 ବିଭାଜନ ପରେ ପାକିସ୍ତାନ, ଆଫଗାନିସ୍ତାନ ଓ ବଙ୍ଗଳାଦେଶରେ 6ଟି ଧାର୍ମିକ ବିଶ୍ୱାସର ଲୋକ ଅଛନ୍ତି, ସେମାନଙ୍କୁ ସଂଖ୍ୟାଲଘୁ ବୋଲି କୁହାଯାଉଛି। ଏହି ତିନୋଟି ଦେଶରୁ ଆସିଥିବା ହିନ୍ଦୁ, ପାର୍ସି, ଜୈନ, ବୁଦ୍ଧିଷ୍ଟ, ଖ୍ରୀଷ୍ଟିଆନଙ୍କୁ ମାନ୍ୟତା ଦିଆଯାଇପାରିନଥିଲା। ଏହି ଦେଢ଼ କୋଟିଙ୍କୁ ନାଗରିକତ୍ବ ଦେବା ମୋଦିଙ୍କ ସାହସିକ ପଦକ୍ଷେପ। ସେମାନଙ୍କୁ ସ୍ୱାଧୀନତା ମିଳିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କଂଗ୍ରେସ ଅସହିଷ୍ଣୁ ହୋଇ ଅରାଜକତାର ବାତାବରଣ ସୃଷ୍ଟି କରୁଛି। ଭୁଲ ଅର୍ଥ ବାହାର କରି ଅରାଜକତା କରାଯାଉଛି ଯାହାକୁ ବିଜେପି ନିନ୍ଦା କରିଛି। ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ପ୍ରଜାତନ୍ତ୍ରରେ ତର୍କର ସ୍ଥାନ ଅଛି। ହେଲେ ହିଂସା ନ ହେଉ ବୋଲି ସେ ନିବେଦନ କରିଛନ୍ତି। ହୁଏତ ତାଙ୍କ ଉପରେ ରାଗି ପାରନ୍ତି। ଏଠି ବି ବହୁତ ଲୋକ ଏହାକୁ ବିରୋଧ କରୁଛନ୍ତି। ତେଣୁ ଆଜି ଆମେ CAA କର୍ମଶାଳା କରୁଛୁ। ସେଠି ଆଲୋଚନା ହେବ କିପରି ଜାନୁଆରୀ ମାସ ବ୍ୟାପି ଏକ କୋଟି ଲୋକ ଓଡ଼ିଶାରେ ଓ ତିନି କୋଟି ପରିବାର ପାଖକୁ ଯାଇ ଲୋକଙ୍କୁ ଏହା ବୁଝିବୁ। ଶୋଭାଯାତ୍ରା ବି ହେବ ବୋଲି ସେ କହିଛନ୍ତି ।

ଶ୍ରୀଲଙ୍କା ଲୋକଙ୍କୁ 3 ଥର ନାଗରିକ ଦିଆଯାଇଛି। ଉଗଣ୍ଡାର ଭାରତୀୟଙ୍କ ବି ଦିଆଯାଇଛି। ଅଦନାନ ସାମୀଙ୍କୁ ଦିଆଯାଇଛି। ତସଲିମା ନରରିନ ଭାରତରେ ସରଣ ନେଇଛନ୍ତି। ଯେବେ ସେ ଚାହିଁବେ, ତାଙ୍କୁ ନଗରିକତ୍ୱ ଦିଆଯିବ। ଏହା ତିନୋଟି ଦେଶର ସଂଖ୍ୟାଲଘୁଙ୍କୁ ଯୋଡ଼ାଯିବା। ଓଡ଼ିଶାବାସୀ ସହଯୋଗ କରିବେ ବୋଲି ଆଶା। ରୋହିଙ୍ଗୀୟ ବଙ୍ଗଳାଦେଶରୁ ଆସି ନାହାନ୍ତି। ସମ୍ବିଧାନର 14 କହୁଛି ଭାରତୀୟ ନାଗରିକଙ୍କ ଅଧିକାରଙ୍କ ସମ୍ପର୍କରେ। NRC ର ଆରମ୍ଭ ଆସୁ ସହିତ ରାଜୀବ ଗାନ୍ଧୀ ବୁଝାମଣା କଲେ ନାଗରିକ ତାଲିକା ତିଆରି କରାଯିବ। ସେ ବିଭିନ୍ନ ସର୍ତ୍ତ ରଖିବାରୁ ଉତେଜନା ବନ୍ଦ ହେଲା। ହେଲେ ପରେ ଲାଗୁ ନ ହେବାରୁ, ଉତେଜନା ବଢ଼ିଲା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୁପ୍ରିମ କୋର୍ଟ ଗଲେ। ସର୍ବ ଭାରତୀୟ ସ୍ତରରେ ଏହା ଲାଗୁ ହେବାରେ ପ୍ରସଙ୍ଗ ନାହିଁ। ବର୍ତ୍ତମାନ ପରିସ୍ଥିତିରେ କେବଳ ଏହା ଆସାମ ପାଇଁ।

ନାଗରିକତ୍ୱ କଥା କେନ୍ଦ୍ର ସରକାରଙ୍କ ଅଧୀନରେ। ରାଜ୍ୟ ସରକାରଙ୍କ କ୍ଷମତା ନାହିଁ। କିଛି ଲୋକ ଏହାକୁ ନେଇ ଗୁଜବ ଓ ଅପପ୍ରଚାର କରୁଛନ୍ତି। NPA ଭିନ୍ନ କଥା। ଦେଶର ବିକାଶ ପୃଷ୍ଟକୁ, ସନ୍ତୁଳନ ପାଇଁ ହୁଏ। 2010ରେ ପ୍ରଥମ ଥର ପାଇଁ ମନମୋହନ ସିଂ ସରକାର କରିଥିଲେ। ବିକାଶ କାମ ଆଗକୁ ନେବାକୁ ଏହି ତଥ୍ୟ ଦରକାର। ତେଣୁ NPA। କିଛି ଲୋକ ଏହାକୁ ବିରୋଧ କରୁଛନ୍ତି, ହେଲେ ସଫଳ ହେବେନି। NPA ଜନସଂଖ୍ୟା ଓ NRC ନାଗରିକତ୍ୱ। ପୃଥିବୀରେ ଏମିତି କୌଣସି ଦେଶ ନାହିଁ ଯେଉଁଠି, ନିଜ ଲୋକଙ୍କ ଓ ବାହାର ଦେଶରୁ ଆସିଥିବା ଲୋକଙ୍କ ଅଧିକାର ସମାନ। ଏହାକୁ ନେଇ ପ୍ରସଙ୍ଗ କାହିଁକି କରାଯାଉଛି? ସମ୍ବିଧାନରେ ବ୍ୟବସ୍ଥା ଅଛି।

Share

Leave a Reply

Your email address will not be published. Required fields are marked *

three × 1 =