ଚ୍ୟାଉପଟ୍ଟନାୟକଙ୍କୁ ନବୀନଙ୍କ ରାଜ୍ୟସଭା ପ୍ରତିଶୃତି

ଭୁବନେଶ୍ବର () ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଏଥର ପଂଚମ ଥର ପାଇଁ ବିଜେଡି ପ୍ରାର୍ଥୀ ହେବାର ସୁଯୋଗ ମିଳିନି । ଏହାକୁ ନେଇ କିଛି ଗଣମାଧ୍ୟମରେ ଦଳୀୟ ଅସନ୍ତୋଷର ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିଜେ ଚ୍ୟାଉ ପଟ୍ଟନାୟକ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସେ ସମ୍ମାନ ଜଣାଇଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ମନୋନିତ କରିବାକୁ ଆଶ୍ବାସନା ଦେଇଛନ୍ତି ।

ଆସନ୍ତା ଏପ୍ରିଲ 18 ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି । ଗତ କିଛି ମାସ ତଳେ ଏହି ଦୁଇ ନେତା କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ।

କଂଗ୍ରେସରୁ ଆସିଥିବା ଏହି ଦୁଇ ନେତାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ଚ୍ୟାଉପଟ୍ଟନାୟକଙ୍କ ଗୋଷ୍ଠି ଅସନ୍ତୁଷ୍ଟ ଥିବା ଅଭିଯୋଗ ହେଉଥିଲା । କିନ୍ତୁ ଚ୍ୟାଉପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ନିଜେ ବିକ୍ରମ ପଣ୍ଡା ଓ ଚନ୍ଦ୍ରଶେଖର ସାହୁଙ୍କ ସହ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ଅବସରରେ ବିଜେଡି ସଭାପତି କହିଥିଲେ ଯେ, ସେ ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭାକୁ ପଠାଇବେ ।

Share

Leave a Reply

Your email address will not be published. Required fields are marked *

two × 5 =